ନୂଆଦିଲ୍ଲୀ,୨୬।୯:ବଜାରରେ ମିଳୁଛି ୫୦ରୁ ଅଧିକ ନକଲି ଔଷଧ।ଦେଶର ଡ୍ରଗ୍ ରେଗୁଲେଟର ସେଣ୍ଟ୍ରାଲ୍ ଡ୍ରଗମାନକ ନିୟନ୍ତ୍ରଣ ସଂଗଠନ (CDSCO) ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଛି ପାରାସିଟାମୋଲ୍ । ଏହି ଗୁଣାତ୍ମକ ପରୀକ୍ଷଣରେ ପାରାସିଟାମୋଲ ସମେତ ୫୩ଟି ଔଷଧ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକ ସାଧାରଣ ରୋଗ ପାଇଁ ନିୟମିତ ବ୍ୟବହାର କରାଯାଇଥାଏ। ଏସବୁର ମାନ ଧାର୍ଯ୍ୟ ମାନଠାରୁ କମ୍ ବୋଲି ଜାଣିବାକୁ ପାଇଛନ୍ତି ସରକାର। କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ) ପକ୍ଷରୁ ନିକଟରେ ହୋଇଥିବା ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ବିଶେଷକରି ରକ୍ତଚାପ, ଜ୍ବର, ଅମ୍ଳତା ଏବଂ ଯୌନ କ୍ଷମତା ହ୍ରାସ ଭଳି ରୋଗ ପାଇଁ ବିକ୍ରି ହେଉଥିବା ଔଷଧଗୁଡ଼ିକ ନିମ୍ନମାନର ବୋଲି କୁହାଯାଇଛି। ନିର୍ଦ୍ଦିଷ୍ଟ ବ୍ୟାଚର ଏସବୁ ଔଷଧକୁ ବିଭିନ୍ନ କମ୍ପାନୀ ଦ୍ଵାରା ଉତ୍ପାଦନ କରାଯାଇ ବଜାରକୁ ଛଡ଼ାଯାଇଛି। ଏଗୁଡ଼ିକ ବଜାରରେ ଅବାଧରେ ବିକ୍ରି କରାଯାଉଛି।କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ବଟିକା ଏବଂ ଉଚ୍ଚ ରକ୍ତଚାପ ଔଷଧ ସମେତ ୫୦ରୁ ଅଧିକ ମେଡିସିନ୍ ଭାରତର ଔଷଧ ନିୟନ୍ତ୍ରକ ଦ୍ୱାରା ହୋଇଥିବା ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି । ଏହାର ସଦ୍ୟତମ ଡ୍ରଗ୍ ଆଲର୍ଟ ତାଲିକାରେ, କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ୫୩ଟି ଔଷଧକୁ ‘ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି’ (NSQ) ଭାବରେ ଘୋଷଣା କରିଛି ।ଭିଟାମିନ୍ ସି ଏବଂ D3 ଟାବଲେଟ୍ ସେଲକାଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଜେଲ୍ସ, ଆଣ୍ଟିସିଡ୍ ପାନ୍-ଡି, ପାରାସିଟାମୋଲ୍ ଟାବଲେଟ୍ ଆଇପି ୫୦୦ mg, ଆଣ୍ଟି-ଡାଇବେଟିସ୍ ଔଷଧ ଗ୍ଲାଇମିପିରାଇଡ୍, ଉଚ୍ଚ ରକ୍ତଚାପ ଔଷଧ ଟେଲମିସାର୍ଟାନ୍ ଭଳି ମୋଟ୍ ୫୩ଟି ବହୁଳ ବ୍ୟବହାର ହେଉଥିବା ଔଷଧ ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି ।ଏହି ମେଡିସିନଗୁଡିକ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରଟୋରୀ, ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍ (HAL), କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ସ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ, Pure & Cure ହେଲ୍ଥକେୟାର ଦ୍ୱାରା ପ୍ରସ୍ତୁତ କରାଯାଏ । ଷ୍ଟୋମାକ୍ ସଂକ୍ରମଣର ଚିକିତ୍ସା ପାଇଁ ଏକ ବହୁଳ ବ୍ୟବହୃତ ଔଷଧ, PSU ହିନ୍ଦୁସ୍ଥାନ ଆଣ୍ଟିବାୟୋଟିକ୍ ଲିମିଟେଡ୍ (HAL) ଦ୍ୱାରା ଉତ୍ପାଦିତ ମେଟ୍ରୋନିଡାଜୋଲ୍ ମଧ୍ୟ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |