ଭୁବନେଶ୍ୱର,୨୬ା୯: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ଭାରତରେ ୫ ହଜାର ଦଳ, ୫୦ରୁ ଅଧିକ ପାର୍ଟି। ସେ କହିଛନ୍ତି, ଭାଜପାରେ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ସଦସ୍ୟତା ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ। ଆମର ଏଠି ନେତା ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି। ଏମିତି କିଛି କହି ବିରୋଧୀଙ୍କ ତେର୍ଚ୍ଛାବାଣ ମାରିଛନ୍ତି ନଡ୍ଡା।ସେ କହିଛନ୍ତି, ଦେଶ ଏବେ ବିକାଶର ଦ୍ରୁତ ପଥରେ ଆଗକୁ ବଢ଼ି ଚାଲିଛି। ନା ନନେଇ ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ସମାଲୋଚନା କରି କହିଛନ୍ତି, ଭାଇ ଭଉଣୀଙ୍କୁ ବିକାଶ ଦେଖାଯାଇନି। କେବଳ ବେକାରୀ ଓ ମହଙ୍ଗା କଥା କହୁଛନ୍ତି। ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର। ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି, ଏକଥା ବୋଧେ ସେମାନଙ୍କୁ ଦେଖାଯାଉନି। ପଶ୍ଚିମବଙ୍ଗରେ ବାମ ଦଳ ପରସ୍ପର ସହ ଲଢ଼ୁଛନ୍ତି କିନ୍ତୁ ଦିଲ୍ଲୀରେ ସାଥି ହେଉଛନ୍ତି। ଟ୍ରିପଲ୍ ତଲାକ ହଟାଇ ସମାଜରେ ସମାନତା ଆଣିଛି ବିଜେପି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |