ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ।

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୬ା୯ :-ଆଜି ଦିନ 11ଘଣ୍ଟା ସମୟରେ ଡାବୁଗାଁ ବ୍ଲକ ସଦର ମହକୁ ଠାରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ଅଂଚଳର ଏସ ଏସ ଜି ମାଁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମାଗଣାରେ କରାଯାଇଥିଲା ଏଵଂ ସ୍ୱଚ୍ଛତା ହିଁ ସେବା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ଡାବୁଗାଁ ବିଡ଼ିଓ ଶରତ ମାଝୀ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବିଆରସି ଅଭିନାଶ ନାୟକ, ପେସା ସଂଯଜକ ଶୁଭଶ୍ରୀ ମାହାଙ୍କୁଡ ଏଵଂ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତି ଥିଲେ। ତତ ସାଙ୍ଗେ ସାଙ୍ଗେ ଶତାଧିକ ଏସଏସଜି ମହିଳା ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!