ବଦଳିଲେ ୪୩ଜଣ ବିଡିଓ

ଭୁବନେଶ୍ବର,୨୬।୯: ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କଲେ ସରକାର। ୪୩ଜଣ ବିଡିଓଙ୍କୁ ବଦଳି କରାଯାଇଛି। ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼ ବଦଳି କରାଯାଇଛି। ସେହିପରି ଆକାଶ ପଣ୍ଡା ଆଠଗଡ଼ ବିଡିଓ ହୋଇଛନ୍ତି। ରାହୁଲ ମଣ୍ଡଳଙ୍କୁ ଢେଙ୍କାନାଳ ସଦର ର ବିଡିଓ କରାଯାଇଛି। ସାଗର ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜର ବିଷୋଇ ବ୍ଲକର ବିଡିଓ ହୋଇଛନ୍ତି। କଲ୍ୟାଣ ସୌରଭ ଦାଶ ହିନ୍ଦୋଳର ବିଡିଓ ହୋଇଥିବାବେଳେ ଅବନ୍ତିକା ସାହୁ ଯାଜପୁର କୋରେଇର ବିଡିଓ ହୋଇଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!