ଭୁବନେଶ୍ୱର,୨୭ା୯: ଲୋକସେବା ଭବନରେ ଶୁକ୍ରବାର ୨ ଦିନିଆ ଜିଲାପାଳ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର। ଆଜି ଓ କାଲି ଦୁଇ ଦିନ ଧରି ବସିବ ବୈଠକ।ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ସମସ୍ତ ଏସପି ମାନେ ମଧ୍ୟ ଏହି ବୈଠକରେ ଯୋଗ ଦେବେ। ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର କ୍ରିୟାନ୍ୱୟନ ବାବଦରେ ବିସ୍ତୃତ ଆଲୋଚନା କରାଯିବ। ସାମଗ୍ରିକ ଭାବେ ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଧାଡ଼ିର ଶେଷରେ ଥିବା ବ୍ୟକ୍ତି ପାଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କେମିତି ପହଞ୍ଚିବ, ସେ ନେଇ ଅଧିକାରୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ସରକାର। ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର, ଏହି ମନ୍ତ୍ର ଜିଲ୍ଲାପାଳ ଓ ଏସପିଙ୍କ ପରେ ବ୍ଲକ ଅଧିକାରୀ ଓ ତହସିଲଦାର ମାନଙ୍କୁ ମଧ୍ୟ ଦିଆଯିବ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, ଲୋକସେବା ଭବନର କନଭେନସନ ସେଂଟରରେ ଆଜି ସାଢ଼େ ୯ଟାରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହେବ । ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେବା ପରେ ମୁଖ୍ୟ ସଚିବ ମନୋଜ ଆହୁଜା ଜିଲ୍ଲାପାଳ ସମ୍ମିଳନୀ ଡାକିବା ସମ୍ପର୍କରେ ସମ୍ୟକ ସୂଚନା ଦେବେ । ୯ଟା ୪୦ମିନିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରର ପ୍ରାଥମିକତା ସମ୍ପର୍କରେ ପ୍ରାୟ ୨୦ମିନିଟ୍ ଧରି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |