ଭୁବନେଶ୍ୱର,୨୭।୯: ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ଗହମ ମିଳିବ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ପକ୍ଷରୁ ଚିଠି ଆସିଛି। ଅକ୍ଟୋବର ମାସରୁ ଏହି ନୂଆ ନିୟମ ଲାଗୁ ହେବ।ଅକ୍ଟୋବରରୁ ପରିବର୍ତ୍ତନ ହେବ ନିୟମ । ଏଣିକି ରାସନରେ ସାମିଲ ହେବ ଗହମ । ଅକ୍ଟୋବର ମାସରୁ ରାସନକାର୍ଡ ହିତାଧିକାରୀଙ୍କୁ ଗହମ ମିଳିବ । ଓଡିଶା ସମେତ 9 ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବା ନେଇ ଘୋଷଣା କରାଯାଇଛି । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଚିଠି ଲେଖିଛି । ପ୍ରକାଶଥାଉକି, ଚାଉଳ ସହ ଗହମ ଦିଆଯିବା ନେଇ ମନ୍ତ୍ରୀ ପୂର୍ବରୁ ବିଧାନସଭାରେ କହିଥିଲେ । ପୂର୍ବରୁ ରାସନକାର୍ଡରେ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳୁଥିବା ବେଳେ ଏହାକୁ ବନ୍ଦ କରାଯାଇଥିଲା । ବିଜେଡି ସରକାର ଥିବା ସମୟରେ ଗହମକୁ ବନ୍ଦ କରାଯାଇ କେବଳ ଚାଉଳ ଦିଆଯାଉଥିଲା । ହେଲେ ଓଡିଶାରେ ପୁଣିଥରେ ଗହମ ମିଳିବ ବୋଲି ସରକାର ଘୋଷଣା କରିଥିବା ବେଳେ ଆଜି ବିଭାଗୀୟ ମନ୍ତ୍ରାଳୟ ପକ୍ଷରୁ ଚିଠି ମଧ୍ୟ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |