କାନପୁର,୨୭।୯:ଭାରତ-ବାଂଲାଦେଶ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ଦୁଇ ଟିକିଆ ଟେଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି। ଆଜି କାନପୁରରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ବର୍ଷା ଏଥିରେ ପ୍ରତିବନ୍ଧକ ସାଜିଛି।ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ବାଂଲାଦେଶୀ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ତେବେ କିଛି ସମୟ ପରେ ସେଠାରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଛାଡିବା ପରେ ଖେଳ ଆରମ୍ଭ ହେବାରୁ ଖରାପ ଆଲୋକ ଯୋଗୁ ଖେଳ ବନ୍ଦ ହୋଇଯାଇଥିଲା। ଏବେ କାନପୁରରେ ବର୍ଷା ହେଉଥିବାରୁ ଖେଳ ବନ୍ଦ ରହିଛି। ଖେଳ ବନ୍ଦ ହେବା ବେଳକୁ ବାଂଲାଦେଶ ୩ ଉଇକେଟ୍ ହରାଇ ୧୦୭ ରନ୍ କରିଛି। ବାଂଲାଦେଶ ପକ୍ଷରୁ ମୋମିନୁଲ୍ ହକ୍ ୪୦ ରନ୍ କରିଥିଲେ। ସେହିପରି ଶଦମାନ ଇସଲାମ ୨୪ ରନ୍ କରିଥିବାବେଳେ ନଜମୁଲହୁସେନ୍ ସାଣ୍ଟୋ ୩୧ ରନ୍ କରିଥିଲେ। ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଉଇକେଟ୍ ନେଇଥିବାବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ଉଇକେଟ୍ ନେଇଛନ୍ତି। ଏପର୍ଯ୍ୟନ୍ତ ମାତ୍ର ୩୫ ଓଭର ଖେଳ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |