ନୂଆପଡ଼ା ,,୨୮ା୯:ଆଜି ୨ ଦଫା ଦାବିରେ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍ ଦାବିରେ ସିଟିଜେନ୍ ଫୋରମ୍ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ପାଇଁ ଦାବି କରାଯାଇଛି।ଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି। ରାସ୍ତାରେ ଆନ୍ଦୋଳକାରୀମାନେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି। ହରିଶଙ୍କର ରୋଡ୍ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ। ଏହି ବନ୍ଦ ପାଳନରୁ ଅତି ଜରୁରୀ ସେବାକୁ ବାଦ ଦିଆଯାଇଛି।ଏହାକୁ ମିଶାଇ ପଞ୍ଚମ ଥର ପାଇଁ ବନ୍ଦ ଡାକରା ଦିଆଯାଇଛି। କିନ୍ତୁ ଏ ବାବଦରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସ୍ଥାନୀୟ ବାସିନ୍ଦା ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |