ଡାବୁଗାଁ ଠାରେ ଗ୍ରାମ ସ୍ତରୀୟ ଉଦ୍ୟାଗି (VLE) ମାନଙ୍କ ବନ୍ଧୁମିଳନ ଏଵଂ ନୂତନ ଜିଲ୍ଲା କମିଟି ଗଠନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର ),୨୮।୯ -ଆଜି ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଲକର ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର VLE ଭାଇଭଉଣୀ ମାନେ ଏକତ୍ରିତ ହୋଇ ନୂତନ ଭାବରେ ଜିଲ୍ଲା କମିଟି ଗଠନ କଲେ। ଏହି ସମୟରେ ତାଙ୍କୁ ସମ୍ପୂର୍ଣ ସହଯୋଗ କରିଥିଲେ ଜିଲ୍ଲା ମଜଦୁର ସଙ୍ଘର କାର୍ଯ୍ୟକର୍ତ୍ତା ମାନେ ବାଙ୍କବିହାରୀ ବିଷୟୀ, ପରମେଶ୍ୱର ବିଷୟୀ ଏଵଂ ଅନେକେ ବରିଷ୍ଟବ୍ୟକ୍ତି। VLE ମାନଙ୍କ ଜିଲ୍ଲା କାମେଟି ରେ ସଭାପତି ଭାବରେ ପପୁନ ବାଘ ଙ୍କୁ ମନାନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଭାସ୍କର ଦଣ୍ଡସେନା,ଜିତେନ୍ଦ୍ର ମିଶ୍ର (ରିଙ୍କୁ)ଙ୍କୁ ମନାନୀତ କରାଯାଇଥିଲା ଏଭଳି ସମ୍ପାଦକ ଭାବେ ବିବେକ ତ୍ରିପାଠୀ, ସହ ସମ୍ପାଦକ ଭାବେମନ ମହନ ସାହୁ, ରାଧାମାଧବ ସାହୁଙ୍କୁ ମନାନୀତ କରାଗଲା ।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଦୁଇ ସହରୁ ଉର୍ଦ୍ଧ VLE ଭାଇ ଭଉଣୀ ଉପସ୍ଥିତି ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!