ଭୁବନେଶ୍ୱର, ୨୯। ୯: ରାଜ୍ୟ କ୍ୟାବିନେଟ ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।ତେବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳନ, ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଇଛି । ଗୋସମ୍ପଦ ବୀମା ୮୫% ଦେବେ ସରକାର ଓ ବାକି ୧୫% ଚାଷୀ ଦେବେ ।ଅନ୍ୟପଟେ ଓମଫେଡକୁ ସଶକ୍ତ ପାଇଁ ସହାୟତା ଦିଆଯିବ ଓ ଫଡର ଚାଷ ପାଇଁ ଇନସେନଟିଭର ସୁବିଧା ରହିବ । ଆଗାମୀ ୫ ବର୍ଷରେ ୧୪୨୩ କୋଟି ଟଙ୍କାର ସହାୟତା ରାଶିକୁ ମଞ୍ଜୁରୀ ଦିଆଯାଇଛି ।ହାଇକୋର୍ଟ କର୍ମଚାରୀଙ୍କ ପାଇଁ ୫୫୦ ଷ୍ଟାଫ୍ କ୍ୱାର୍ଟର୍ସ ନିର୍ମାଣ ହେବ ।୩୦ ମାସ ମଧ୍ୟରେ କ୍ୱାର୍ଟର୍ସ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବେସରକାରୀ ଡିଲରଙ୍କୁ ଆଉ ଦେଢ଼ ବର୍ଷ ପର୍ଯ୍ୟନ୍ତ ମିଳିଛି ଏକ୍ସଟେନସନ୍ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |