୨୦ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ମହମ୍ମଦ ଆଜାହରୁଦ୍ଦିନଙ୍କୁ ଇଡି ସମନ

ହାଇଦ୍ରାବାଦ୍‌,୩।୧୦: ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଆର୍ଥିକ ଘୋଟାଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଜାହରୁଦ୍ଦିନଙ୍କୁ ସମନ ପଠାଇଛି। ତାଙ୍କୁ ଆଜି ଅର୍ଥାତ୍‌ ଗୁରୁବାର ପଚରାଉଚରା ପାଇଁ ଡକାଯାଇଛି।ଆଜାହରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ମାମଲାରେ ୨୦ କୋଟି ଟଙ୍କା ହେରଫେର୍‌ ହୋଇଥିବା କୁହାଯାଉଛି।ମହମ୍ମଦ ଆଜାହରୁଦ୍ଧିନଙ୍କୁ ଜାରି କରାଯାଇଥିବା ଏହା ହେଉଛି ପ୍ରଥମ ସମନ, ଯାହା ଅଧୀନରେ ତାଙ୍କୁ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ ପଡିବ। ସୂଚନାନୁସାରେ, ହାଇଦ୍ରାବାଦର ଉପ୍ପାଲର ରାଜୀବ ଗାନ୍ଧୀ କ୍ରିକେଟ୍ ଷ୍ଟାଡିୟମ୍ ପାଇଁ ଡିଜେଲ ଜେନେରେଟର, ଫାୟାର ବ୍ରିଗେଡ୍ ସିଷ୍ଟମ ଏବଂ କ୍ୟାନୋପି କିଣିବା ପାଇଁ ଆବଣ୍ଟିତ କରାଯାଇଥିବା ୨୦ କୋଟି ଟଙ୍କା ହେରଫେର ସହ ଏହି ମାମଲା ଜଡିତ।ନିକଟରେ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ଅଧିକାରୀଙ୍କ ବିରୋଧରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଥିଲା। ଇଡି ତେଲଙ୍ଗାନାର ୯ଟି ସ୍ଥାନରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ଉପକରଣ ଜବତ କରିଥିଲା।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁଯାୟୀ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଅଧିକାରୀମାନେ ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ଆର୍ଥିକ ଅନିୟମିତତା କରିଥିଲେ। ସେମାନେ ବେସରକାରୀ କମ୍ପାନୀମାନଙ୍କୁ ଉଚ୍ଚ ହାରରେ ଚୁକ୍ତି କରିଥିଲେ ଏବଂ ଆସୋସିଏସନକୁ କୋଟି ଟଙ୍କା ମୂଲ୍ୟର କ୍ଷତି ଘଟାଇଥିଲେ। ଏହି ମାମଲାରେ ଇଡି ତିନୋଟି ମାମଲା ରୁଜୁ କରି ଜଦନ୍ତ ଜାରି ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!