RI-ଅମିନ ପରୀକ୍ଷା ବିଭ୍ରାଟ

ଭୁବନେଶ୍ୱର,୩ା୧୦: ରାଜ୍ୟରେ ଚାଲିଛି ଆରଆଇ ଓ ଅମିନ ପରୀକ୍ଷା।  ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଚାକିରି ଆଶାୟୀ। ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ OSSSC ଖେଳ ଖେଳୁଥିବା ସେମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ପରୀକ୍ଷାରେ ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର। ଭୁବନେଶ୍ୱରରେ ସାଇବର କାଫେରେ ପରୀକ୍ଷା ନେଇ ନିକଟରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ରାଜ୍ୟର ଅନେକ ସ୍ଥାନରୁ ଏପରି ବିଭ୍ରାଟ ନେଇ ଖବର ଆସିଛି। ଏହାକୁ ନେଇ ତାତିଛନ୍ତି ଚାକିରି ଆଶାୟୀ। କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ। ନେତାଜୀ ବସ୍ ଟର୍ମିନାଲରୁ ଜିଲ୍ଲାପାଳଙ୍କ ଅଫିସ ଯାଏ ରାଲି କରି ଗର୍ଜନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି।OSSSC ଦ୍ୱାରା ପରିଚାଳିତ RI, ARI, ICDS SUPERVISOR ଓ ଅମିନ ଭଳି ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବିର ଅନଲାଇନ ପରୀକ୍ଷା ଦାୟିତ୍ୱ ନେଇଛି ତାମିଲନାଡୁର SIFY ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥା । ୨୦୨୨ରେ ପେପର୍ ଲିକ୍ ମାମଲାରେ ବ୍ଲାକ୍ ଲିଷ୍ଟେଡ୍ କରିଥିଲେ କେନ୍ଦ୍ର ସରକାର ।ଏପରିକି ସିବିଆଇରେ କେଶ୍ ଚାଲିବା ସହ ସଂସ୍ଥାର ୧୭ ଜଣଙ୍କୁ ଗିରଫ ବି କରାଯାଇଥିଲା । ଏଭଳି ଅଭିଯୋଗ ଆଣିଛି ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ । ଏହା ଏକ ସୁବ୍ୟବସ୍ଥିତ ସ୍କାମ୍ ବୋଲି ଅଭିଯୋଗ ଆଣିବା ସହିତ ତୁରନ୍ତ ଏହି ସଂସ୍ଥା ବିରୋଧରେ ତଦନ୍ତ କରିବାକୁ ଦାବି କରିଛି ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!