ଆରମ୍ଭ ହେଲା ନବରାତ୍ର,ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକ ଚଣ୍ଡୀ

କଟକ,୩ା୧୦:ଆଜିଠୁ ନବରାତ୍ର ପୂଜା ଆରମ୍ଭ ହୋଇଛି।ନବରାତ୍ର ଲାଗି ଉତ୍ସବମୁଖର ହୋଇ ଉଠିଛି ବିଭିନ୍ନ ଶକ୍ତିପୀଠ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା। ଷୋଡ଼ଶ ଉପଚାର ନୀତିକାନ୍ତି ସହ ହେଉଛି ସ୍ୱତନ୍ତ୍ର ପୂଜା। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଶକ୍ତି ସ୍ୱରୂପିଣୀ ମାଆ।କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କୁ ଜଗଦ୍ଧାତ୍ରୀ ବେଶରେ ଦର୍ଶନ କରିଛନ୍ତି ଭକ୍ତ। ଶରତକାଳୀନ ଷୋଡ଼ଶ ପୂଜା ପାଇଁ ଚଳଚଂଚଳ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠ। ହୋମ ଯଜ୍ଞ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ପୀଠ। ମା’ଙ୍କୁ ଦର୍ଶନ କରୁଛନ୍ତି ଶହଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ମା’ ପ୍ରତିଦିନ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଆଜିଠୁ ମାଆ କଟକ ଚଣ୍ଡୀଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ନବରାତ୍ର ଅବସରରେ ମା’ଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ପାଠ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!