ପାର୍ବଣ ଋତୁରେ ଡିଜେକୁ ମିଳିଲା ଗ୍ରୀନ୍ ସିଗନାଲ : କିନ୍ତୁ ଧୀରେ

କଟକ,୩।୧୦:ପାର୍ବଣ ଋତୁରେ କଟକ ମହାନଗରରେ ଡିଜେ ବାଜିବ। କିନ୍ତୁ ଧୀରେ ବାଜିବ। ଅର୍ଥାତ ୬୫ ଡେସିବଲଠାରୁ ଅଧିକ ଜୋରରେ ଡିଜେ ବାଜି ପାରିବ ନାହିଁ। ଏଥିସହ କଟକ ରାସ୍ତାଘାଟ ମରାମତି ନେଇ ଅସନ୍ତୋଷ ଝାଡ଼ିଛନ୍ତି ଓଡିଶା ହାଇକୋର୍ଟ। ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ହୋଇ ପଡିଥିବା ସମସ୍ତ ଷ୍ଟ୍ରିଟ୍‌ ଲାଇଟ ମରାମତି କରିବା ପାଇଁ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି।ଦୁର୍ଗାପୂଗା ଅବସରରେ ଡିଜେ ବାଜିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ଅଦାଲତ । କଟକ ସହର ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ମିଳିବା ପରେ ପାର୍ବଣର ଉତ୍ସାହ ଦ୍ୱିଗୁଣିତ ହୋଇଛି । ଏଣିକି କଟକ ସହରରେ ପୂଜାର ଆସର ଆହୁରି ଜମିବ ବୋଲି କୁହାଯାଉଛି ।କଟକ ସହର ଜନସ୍ୱାର୍ତ ମାମଲାରେ ବଡ଼ ନିର୍ଦ୍ଦେଶ ମିଳିସାରିଛି । ପାର୍ବଣ ଋତୁରେ ଡିଜେ ବଜାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏଥିପାଇଁ କିଛି ସର୍ତ୍ତ ରକି ଡିଜେ ବଜାଇବାକୁ ନ୍ୟାୟାଳୟ ରାଜି ହୋଇଛନ୍ତି । ପାର୍ବଣ ସମୟରେ ୬୫ ଡେସିବେଲ ମଧ୍ୟରେ ଡିଜେ ବଜାଇ ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୬୫ ଡେସିବେଲ ଉପରେ ଡିଜେ ବଜାଇଲେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏହାବ୍ୟତୀତ ରାସ୍ତାଘାଟ ମରାମତି ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ପୂଜା ପୂର୍ବରୁ ଆସନ୍ତା ୭ ଦିନ ମଧ୍ୟ ରାସ୍ତାଘାଟଠ ଚକାଚକ କରିବାକୁ କରିବାକୁ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସେହିପରି ରାସ୍ତା ଉପରେ ତୋରଣ ନିର୍ମାଣ କରିବାକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଛନ୍ତି । ଏହି ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖିବା ସହ ଧନଜୀବନ ସୁରକ୍ଷିତ ରହିବା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ମାନ୍ୟବା ଅଦାଲତ ।କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି ପ୍ରସଙ୍ଗରେ କଟକ ମହାନଗର ନିଗମ(ସିଏମସି) ଉପରେ ବର୍ଷିଛନ୍ତି ଓଡିଶା ହାଇକୋର୍ଟ। ଭୁଲ ରିପୋର୍ଟ ଦେଲେ ଅଦାଲତ ଅବମାନନା ମାମଲାର ସାମ୍ନା କରିବାକୁ ପଡିବ ବୋଲି କୋର୍ଟ ସିଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଶୁଣାଇଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ରାସ୍ତାଘାଟର ମରାମତି କାମ ଶେଷ ହୋଇନାହିଁ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!