ନୂଆଦିଲ୍ଲୀ,୪।୧୦:ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାଗ ନେବାପାଇଁ ପାକିସ୍ତାନ ଯିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଏହି ବୈଠକ ୧୫-୧୬ ଅକ୍ଟୋବର ଦୁଇ ଦିନ ଧରି ଅନୁଷ୍ଠିତ ହେବ ।ତେବେ ଏସସିଓର ଏହି ଶିଖର ସମ୍ମିଳନୀ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ସଂଘାଇ ସହଯୋଗ ସଂଗଠନର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦୁଇ ଦିବସୀୟ ଶିଖର ସମ୍ମିଳନୀରେ ଭାଗ ନେବାକୁ ବିଭିନ୍ନ ଦେଶକୁ ନିମନ୍ତ୍ରଣ ପଠାଯାଇଛି । ତେଣୁ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରିବେ । ଏଥିରେ ଜୟ ଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ।ପ୍ରତିବର୍ଷ SCO (ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ)ର ବୈଠକ ବସିଥାଏ। ଏହାର ସଦସ୍ୟ ରାଷ୍ଟ୍ରମାନେ ବୈଠକର ଅଧ୍ୟକ୍ଷତା କରନ୍ତି। ଚଳିତ ବର୍ଷ ପାକିସ୍ତାନ ଅଧ୍ୟକ୍ଷତା କରୁଛି। ତେଣୁ ଅକ୍ଟୋବରରେ ଇସଲାମବାଦରେ ଏସସିଓ ପରିଷଦର ସରକାରୀ ବୈଠକ ଆୟୋଜିତ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |