ଭୁବନେଶ୍ୱର,୪।୧୦: ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ଦୁଇ ବର୍ଷରେ ନିର୍ମାଣ ଯୋଜନା ସହ ଶୀଘ୍ର ହେବ ରନୱେ କ୍ୟାଟ୍ ଟୁ ଲାଇଟ୍ । ଭୁବନେଶ୍ୱର ଏୟାରପୋର୍ଟରେ ହେବ ଟର୍ମିନାଲ-୩। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଆଜି ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ବର୍ଷରେ ନୂଆ ଟର୍ମିନାଲ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ୱର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ଭୁବନେଶ୍ୱର ଏୟାରପୋର୍ଟରେ ଯେଉଁ ଟର୍ମିନାଲ ରହିଥିଲେ ସେଥିରେ ବର୍ଷକୁ ୪୦ଲକ୍ଷ ଯାତ୍ରୀ ଯାତାୟତ କରନ୍ତି। ଯାତ୍ରୀ ସଂଖ୍ୟା ୮୦ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖି ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଏବେ ଏୟାରପୋର୍ଟ ୨୦ଟି ସହରକୁ ସଂଯୋଗ କରୁଥିବା ବେଳେ ଆଗକୁ ଜମ୍ମୁ, ଗୁଜରାଟ, ଆନ୍ଧ୍ର ଭଳି ଅନ୍ୟ ସ୍ଥାନକୁ ସଂଯୋଗ କରିବାକୁ ଦାବି କରାଯାଇଛି। ଏସମ୍ପର୍କରେ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |