ଭୁବନେଶ୍ୱର,୪।୧୦:୭ବର୍ଷ ପରେ ପୁଣି ଫେରିଲା ହକି ଇଣ୍ଡିଆ ଲିଗ୍ । ପୁଣି ଥରେ ଆରମ୍ଭ ହେବ ହକିର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ । ଆସନ୍ତା ଡିସେମ୍ବର ୨୮ ତାରିଖରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ହକି ଇଣ୍ଡିଆ ଲିଗର ୨୦୨୪-୨୫ ସିଜନ । ଏଥିପାଇଁ ଆସନ୍ତା ୧୩ରୁ ୧୫ ତାରିଖରେ ଦିଲ୍ଲୀରେ ହେବ ଖେଳାଳି ନିଲାମୀ ।ଏଥର ଏଚଆଇଏଲରେ ପୁରୁଷ ବର୍ଗରେ ୮ଟି ଟିମ୍ ସାମିଲ ହୋଇଥିବା ବେଳେ ମହିଳା ବର୍ଗରେ ୬ଟି ଟିମ୍ ଖେଳିବେ । ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ । ପୁରୁଷ ବର୍ଗରେ ୮ଟି ଯାକ ଟିମକୁ ବିଭିନ୍ନ ଫ୍ରାଞ୍ଚାଇଜି କିଣିସାରିଛନ୍ତି । ସେହିପରି ମହିଳା ବର୍ଗରେ ୪ଟି ଟିମ ଘୋଷଣା ହୋଇଛି ।ପୁରୁଷ ବର୍ଗରେ ୮ଟି ଯାକ ଟିମକୁ ବିଭିନ୍ନ ଫ୍ରାଞ୍ଜଇଜ କିଣିସାରିଛନ୍ତି। ସେହିପରି ମହିଳା ବର୍ଗରେ ୪ଟି ଟିମ୍ ଘୋଷଣା ହୋଇଛି। ଆଉ ଦୁଇଟି ଦଳ ପରେ ଘୋଷଣା କରାଯିବ। ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଟିମ୍ ରହିବେ। ଓଡ଼ିଶାର ପୁରୁଷ ଟିମକୁ ବେଦାନ୍ତ ଲିମିଟେଡ୍ କିଣିଥିବା ବେଳେ ମହିଳା ଟିମ୍କୁ ନାଭୋୟାମ୍ ସ୍ପୋର୍ଟସ କିଣିଛି।ପୁରୁଷ ବର୍ଗରେ ଓଡ଼ିଶା ବ୍ୟତୀତ ଚେନ୍ନାଇ, ଲକ୍ଷ୍ନୌ, ପଞ୍ଜାବ, ହରିୟାଣା, ପଶ୍ଚିମ ବଙ୍ଗ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ରାଞ୍ଚି ଦଳ ରହିଛି । ସେହିପରି ମହିଳା ବର୍ଗରେ ହରିଆଣା, ୱେଷ୍ଟ ବେଙ୍ଗଲ, ଦିଲ୍ଲୀ ଓ ଓଡ଼ିଶା ସମେତ ଆଉ ଦୁଇଟି ଦଳ ରହିବେ। ପ୍ରତି ଦଳରେ ରହିବେ ୨୪ ଜଣ ଖେଳାଳି। ସେମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ ଏବଂ ୮ ଜଣ ବିଦେଶୀ ଖେଳାଳି ରହିବେ।ଡିସେମ୍ବର ୨୮ ତାରିଖରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ଆସନ୍ତା ସଂସ୍କରଣର ଉଦଘାଟନୀ ସମାରୋହ ହେବ । ଆଉ ଫେବ୍ରୁଆରୀ ୧ ତାରିଖରେ ଏଠାରେ ପୁରୁଷ ଟିମର ଫାଇନାଲ ଖେଳାଯିବ । ସେହିପରି ମହିଳା ଲିଗର ଫାଇନାଲ ଜାନୁଆରୀ ୨୬ ତାରିଖରେ ରାଞ୍ଚିରେ ଖେଳାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |