ଭୁବନେଶ୍ୱର,୫।୧୦: ଶାରଳା ମନ୍ଦିରରେ ବଦଳିଲା ଘିଅ। ଗଚ୍ଛିତ ଘିଅକୁ ଫେରସ୍ତ ପରେ ଓମ୍ଫେଡରୁ ଆସିଲା ୧୫ ଟିଣ ଘିଅ। ସେହି ଘିଅରେ ପ୍ରସାଦ ଦିଆରି ହେବ। ଏନେଇ ସୂଚନା ଦେଇଛନ୍ତି ଶାରଳା ମନ୍ଦିର ନିର୍ବାହୀ ଅଧିକାରୀ ପ୍ରତାପ ଜେନା।ଶ୍ରୀ ଜେନା କହିଛନ୍ତି, ମଣ୍ଡା ଭୋଗ ପ୍ରସ୍ତୁତି ପାଇଁ ଆମ ପାଖରେ ଥିଲା ୧୦ ଟିଣ ଘିଅ। ଅଭିଯୋଗ ଆସିବା ପରେ ସେହି ଘିଅକୁ ବଦଳା ଯାଇଛି। ତା’ ବଦଳରେ ଅନ୍ୟ ଡିପୋରୁ ୧୫ ଟିଣ ଘିଅ ଦିଆଯାଇଛି। ସେହି ଘିଅ ଏବେ ବ୍ୟବହାର କରାଯାଇଛି। ସେହି ଘିଅ ଭଲ ଅଛି। ପୂର୍ବରୁ ଆମେ ଓମ୍ଫେଡ ପାଖରୁ ଘିଅ ଆଣୁଥିଲି। ହେଲେ ସେତେବେଳେ ଘିଅ ବ୍ୟାଚ୍ ନମ୍ୱର ଓ ଏକ୍ସପାଏରୀ ଡେଟ୍ ଦେଖିପାରିନଥିଲୁ। ଅଭିଯୋଗ ପରେ ସେହି ଘଅ ବଦଳା ଯାଇଛି। ଆଗକୁ ଘିଅ ଆଣିଲା ବେଳେ ଆମେ ଘିଅର ବ୍ୟାଚ୍ ନମ୍ୱର, ପ୍ରସ୍ତୁତ ତାରିଖ ଓ ଏକ୍ସପାଏରୀ ଡେଟ୍ ଦେଖିବୁ। ଭବିଷ୍ୟତରେ ଏମିତି ଆଉ ଭୁଲ୍ ହେବନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।ଏପଟେ ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରକୁ ଆସିଲା ନୂଆ ଘିଅ । ଓମଫେଡ ଦ୍ବାରା ଦୁର୍ଗନ୍ଧ ଯୁକ୍ତ ଘିଅରେ ନିତିକାନ୍ତି ସମ୍ପାଦନ ଏବଂ ଦୀପ ଜଳାଯିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗର ଚେତା ପଶିଛି।ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାର ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ତେଜିଥିଲା । ମିଳିଥିବା ତଥ୍ୟ ଅନୁସାରେ, ଓମଫେଡ୍ ତରଫରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଠାକୁରଙ୍କ ନୀତିକାନ୍ତି ସମ୍ପାଦନ ଓ ଦୀପ ଜାଳିବା ପାଇଁ ଘିଅ ଯୋଗାଇ ଦିଆଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |