ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ଏ ନେଇ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ। ପୁନର୍ବାର ଲକ୍ଷ୍ମୀ ବସ୍କୁ ରାଜ୍ୟ ସରକାର ବ୍ଲକ ଠାରୁ ଜିଲା ମୁଖ୍ୟାଳୟ ପର୍ୟ୍ୟନ୍ତ ଚଳାଚଳ ପାଇଁ ନୋଟିଫିକେଶନ ଜାରି କରିଛନ୍ତି ।ଏହାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ବନ୍ଦ ଡାକରା ଦେଇଛି । ପୂର୍ବତନ ସରକାର ଏହାକୁ ମାନିଥିଲେ, ବର୍ତ୍ତମାନ ସରକାର ପୁଣି ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଘରୋଇ ବସ କ୍ଷତି ସହିବ। ତେଣୁ ବନ୍ଦ ଡାକରା ଦେଇ ପ୍ରତିବାଦ ଜଣାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |