ଏକଜିଟ ପୋଲ: ହରିୟାଣାରେ କଂଗ୍ରେସ ଫେରିବ

ନୂଆଦିଲ୍ଲୀ,୫।୧୦: ଆଜି ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ ଏକଜିଟ ପୋଲ ଫଳାଫଳ ଆସିବାକୁ ଯାଉଛି। ହରିୟାଣାରେ ଭୋଟ ସଂଧ୍ୟା ୫ଟାରେ ଶେଷ ହେବ ଏବଂ ଏକଜିଟ ପୋଲ ଫଳାଫଳ ସଂଧ୍ୟା ୬ଟାରେ ଆସିବା ଆରମ୍ଭ ହେବ। ଗୋଟିଏ ପର୍ଯ୍ୟାୟରେ ହରିୟାଣାର ସମସ୍ତ ୯୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥି ସହିତ ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ମତଦାନ ଅକ୍ଟୋବର ୧ରେ ଶେଷ ହୋଇଯାଇଛି। ତେବେ ଆଜି ରାତି ୮ଟା ସୁଦ୍ଧା ଭୋଟ ବାହୁଡା ମତ ପ୍ରକାଶ ପାଇବ। କିହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି। ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ।ସେହିପରି ୧୦ ବର୍ଷ ପରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଦାବି କରାଯାଇଛି। କଂଗ୍ରେସ ରେକର୍ଡ ୫୦ରୁ ଅଧିକ ଆସନ ଜିତି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ଏକଜିଟ ପୋଲରୁ ସ୍ପଷ୍ଟ ହୋଇଛି। ହରିୟାଣାର ବିଧାନସଭା ଆସନ ସଂଖ୍ୟା ହେଉଛି ୯୦। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୬।ରିପ୍ଲବିକ-ମାଟ୍ରିଜ କରିଥିବା ଏକଜିଟ ପୋଲ ତଥ୍ୟ ଅନୁଯାୟୀ, ହରିୟାଣାର ୯୦ଟି ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୫୫ରୁ ୬୨ଟି ଆସନ ଜିତିବ। ବିଜେପି ୧୮ରୁ ୨୪ଟି, ଆଇଏନଏଲଡି ୦୩ରୁ ୦୬, ଜେଜେପି ଶୂନରୁ ୩ ଓ ଅନ୍ୟାନ୍ୟ ଦଳ ୨ରୁ ୫ଟି ଆସନ ଜିତି ପାରନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!