ମଧ୍ୟପ୍ରଦେଶ ୧,୮୧୪ ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ,୬।୧୦:   ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି, ଯାହାର ମୂଲ୍ୟ ୧,୮୧୪ କୋଟି ଟଙ୍କା ହେବ।ଏହି କାରାଖାନାରେ MD ଡ୍ରଗ୍ସ ତିଆରି ଚାଲିଥିଲା। ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ (ଏଟିଏସ) ଏବଂ ଦିଲ୍ଲୀର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମିଳିତ ଭାବେ ଏହି ଅପରେସନ କରିଥିଲା। ଏଥିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭାଇ ଏନେଇ ଏକ ଏକ୍ସ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହ ତଦନ୍ତକାରୀ ସଂସ୍ଥାଙ୍କୁ ସାଧୁବାଦ ଜଣାଇଛନ୍ତି। ଡ୍ରଗ୍ସ ବିରୋଧ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!