ନବରଙ୍ଗପୁର (ମିହିର ଶଙ୍କର ପାତ୍ର), ୭।୧୦-ଡାବୁଗାଁ ବନାଞ୍ଚଳ ଅଧୀନ ଝାଲିଆଗୁଡା ଗ୍ରାମରେ ଝାଲିଆଗୁଡା ବନ ସଂରକ୍ଷଣ ସମିତି ସହଯୋଗରେ ୭୦ ତମ ବନ୍ୟପ୍ରାଣୀ ସପ୍ତାହ ରବିବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ ଯୋଗ ଦେଇ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁ ସୁରକ୍ଷା, ନିଆଁର ପ୍ରକୋପରୁ ଜଙ୍ଗଲ କୁ କିପରି ରକ୍ଷା କରାଯିବା ଉପରେ ବନ ସଂରକ୍ଷଣ ସମିତିର ମୁଖ୍ୟ ଭୁମିକା ଗ୍ରହଣ କରିବା ପାଇଁ ବ୍ୟାପକ ପରାମର୍ଶ ଦିଆଯାଇଥିଲା | ଏଥିରେ ଝାଲିଆଗୁଡା ବନ ସଂରକ୍ଷଣ ସମିତି ସଭାପତି ନରସିଂ ଭତ୍ରା, କୋଇଲାରୀ ପଞ୍ଚାୟତ ସମିତି ସଭ୍ଯା ସନମତି ଭତ୍ରା, ବନରକ୍ଷୀ କାର୍ତ୍ତିକ ମାଝୀ, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, ତାପସ ପଟ୍ଟନାୟକ ଓ ବନ ସଂରକ୍ଷଣ ସମିତିର ସଭ୍ୟ ସଭ୍ୟା ଓ ଗ୍ରାମବାସୀ ମାନେ ଯୋଗ ଦେଇ ସହଯୋଗ କରି ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |