ନବରଙ୍ଗପୁର (ମିହିର ଶଙ୍କର ପାତ୍ର), ୭।୧୦-ଡାବୁଗାଁ ଥାନା ରେ ପୋଲିସ ପକ୍ଷରୁ ଦଶହରା ପାଇଁ ଏକ ସମନ୍ଵୟ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ଥାନା ଅଧୀନ ବିଭିନ୍ନ ସ୍ଥାନରେ ହେବାକୁ ଥିବା ମାଁ ଦୂର୍ଗା ଙ୍କ ପୂଜା ନିମନ୍ତେ ସରକାର ଙ୍କ ଗାଇଡଲାଇନ ଅନୁସାରେ ଶାନ୍ତି ଶୃଙ୍ଖଳାର ସହ ଦଶହରା ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା | ଏଥିରେ ପୂଜାରେ ଭିଡ ନିୟନ୍ତ୍ରଣ, ରାବଣପୋଡି ସମୟରେ ୩୦ ମିଟର ଦୂରରେ ଦର୍ଶକ ମାନେ ରହିବେ ଓ କିପରି ସଂପୂର୍ଣ୍ଣ ଦଶହରା ପର୍ବଟି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ସୁଦକ୍ଷ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ଙ୍କୁ ପରାମର୍ଶ ଦେଇଥିଲେ | ଏଥିରେ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଡାବୁଗାଁ ପୂଜା କମିଟି ଉପସଭାପତି ଦିବ୍ୟରଞ୍ଜନ ରାୟପାତ୍ର, ଶିଂସାରୀ ପୂଜା କମିଟିର ଉଲଧର ମାଝୀ, କୃଷ୍ଣ ମାଝୀ, ଘୋଡାଖୁଣ୍ଟା ପୂଜା କମିଟିର ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ସୁକୁ ଭତ୍ରା, ଦେବରାଜ ପନକା ଓ ଅନ୍ୟମାନେ ଉପସ୍ଥିତ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |