ଜିଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଯାପିତ

ନବରଙ୍ଗପୁର (ମିହିର ଶଙ୍କର ପାତ୍ର), ୭।୧୦:ବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୧୧ ତମ ଜିଲା ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା – ୨୦୨୪-୨୦୨୫ ରବିବାର ଉଦଯାପିତ ହୋଇଯାଇଛି | ଉଦଯାପନ ଉତ୍ସବରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଡଃ ରେଶମଲାଲ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ସମ୍ପାଦକ ଭାବେ ଜିଲା ଶାରେରିକ ଶିକ୍ଷା ନିରୀକ୍ଷକ ପ୍ରଭାତ କୁମାର ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ଡାବୁଗାଁ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ଓ ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ | ବରିଷ୍ଠ କ୍ରିଡାଶିକ୍ଷକ ମନୋରଞ୍ଜନ ପ୍ରହରାଜ ମଞ୍ଚ ପରିଚାଳନା କରିଥିଲେ | ଏହି ପ୍ରତିଯୋଗୀତାରେ ୧୪ ବର୍ଷରୁ କମ ବାଳିକା ଓ ବାଳକ ବିଭାଗରେ ୧୦୦, ୨୦୦, ୪୦୦, ୬୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ ଓ ଡିସକସ ଏବଂ ୧୭ ବର୍ଷରୁ କମ ବାଳିକା ବାଳକ ବିଭାଗରେ ୧୦୦, ୨୦୦, ୪୦୦, ୮୦୦, ୧୫୦୦ ଓ ୩୦୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ, ଡିସକସ ଓ ଜାଭଲିନ ଥ୍ରୋ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ରାଜ୍ୟ ସ୍ତରୀୟ ଭଲିବଲ ପ୍ରତୋଯୋଗୀତା ପାଇଁ ୧୨ ଜଣ ଖେଳାଳି ଚୟନ କରଯାଇଥିଲା | ଏମାନେ ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବାପାଇଁ ଟିମ ମ୍ୟାନେଜର ପ୍ରମୋଦ ମଲ୍ଲିକ ଗସ୍ତ କରିଛନ୍ତି | ଉକ୍ତ ସମସ୍ତ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୫ ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ନବରଙ୍ଗପୁର ଜିଲା ପାଇଁ ପ୍ରତିନିଧିତ୍ଵ କରିବେ | ଏଥିରେ ଖେଳ ଶିକ୍ଷକ ବିଭାସିଶ ଦେ, ବ୍ରଜବନ୍ଧୁ କାଣ୍ଡି, ମନୋଜ ପୂଜାରୀ, ହେମନ୍ତ କୁମାର ସାମଲ, କ୍ଷୀରୋଦ ବିଶ୍ଵାସ, ରଞ୍ଜନ କୁମାର ପରିଡା, ବାସୁଦେବ ରଥ, ଉମାକାନ୍ତ ବିଶ୍ଵାଳ ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ପ୍ରତି ବ୍ଲକରୁ ଆସିଥିବା ଖେଳ ଶିକ୍ଷକ , ଉମାକାନ୍ତ ବିଶ୍ଵାଳ ପ୍ରମୁଖ ଖେଳ ପରିଚାଳନା କରିଥିବା ବେଳେ ପ୍ରତି ବ୍ଲକରୁ ଆସିଥିବା ଖେଳ ଶିକ୍ଷକ, ଡାବୁଗାଁ ବ୍ଲକର ସମସ୍ତ ସିଆରସିସି ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!