ହରିୟାଣାରେ ବିଜେପିର ଐତିହାସିକ ହ୍ୟାଟ୍ରିକ

ନୂଆଦିଲ୍ଲୀ,୮।୧୦:ହରିୟାଣାରେ ବିଜେପି ହାସଲ କରିଛି ଐତିହାସିକ ହ୍ୟାଟ୍ରିକ ବିଜୟ। ହରିୟାଣା ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇଛି ବିଜେପି। ଏହାକୁ ମିଶାଇ ଦଳ କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି। ୨୦୧୯ ତୁଳନାରେ ଦଳ ଏଥର ଆହୁରି ଭଲ ପ୍ରଦର୍ଶନ କରି ୯୦ ବିଧାନସଭା ଅରସନରୁ ଏକାକୀ ୪୮ ଆସନ ଜିତିଛି।୩ ସ୍ୱାଧୀନ ବିଧାୟକ ଓ ଆଇଏନଏଲଡିର ୨ ଜଣ ବିଧାୟକ ମଧ୍ୟ ବିଜେପି ସରକାରଙ୍କୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ହରିୟାଣାରେ କ୍ଷମତାକୁ ଫେରିବାକୁ ଆଶା ରଖିଥିଲା। ଏକଜିଟ ପୋଲ ମଧ୍ୟ କଂଗ୍ରେସ ସପକ୍ଷରେ ରାୟ ଦେଇଥିଲେ। ହେଲେ ଦେଶର ସର୍ବପୁରାତନ ଦଳ କେବଳ ୩୭ଟି ଆସନ ଜିତିବାକୁ ସକ୍ଷମ ହୋଇଛି।୨୦୧୪ ଓ ୨୦୧୯ ଭଳି ବିଜେପି ଏଥର ହରିୟାଣାରେ ସଫଳତା ପାଇବ ନାହିଁ ବୋଲି ସମସ୍ତେ କହୁଥିଲେ। ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲେ ହେଁ ଆଶା ଅନୁସାରେ ପ୍ରଦର୍ଶନ କରିପାରି ନଥିଲା। ଏହାପରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ବିଜେପି କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!