ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ,ବାଜିମାତ କରିଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ

ନୂଆଦିଲ୍ଲୀ,୮।୧୦:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି ଏନସି ଓ କଂଗ୍ରେସ ମେଣ୍ଟ। ‌ଉପତ୍ୟକାରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହେଉଥିଲା।ସେହିପରି ଜମ୍ମୁ-କଶ୍ମୀର ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ମଧ୍ୟ ଏହା ପ୍ରଥମ ବିଧାନସଭା ଭୋଟ ଥିଲା। କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଏନସି ଓ କଂଗ୍ରେସ ମେଣ୍ଟ ବିଜେପି ବିରୋଧରେ ବଡ଼ ବିଜୟ ହାସଲ କରିଛନ୍ତି।ଏକଜିଟ ପୋଲ ଏଠାରେ ଝୁଲା ବିଧାନସଭା ହେବ ବୋଲି ଆକଳନ କରିଥିବା ବେଳେ ୧୦ ବର୍ଷ ପରେ ହୋଇଥିବା ନିର୍ବାଚନରେ ଏନସି ଓ କଂଗ୍ରେସ କମାଲ କରିଦେଇଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭାର ୯୦ଟି ଆସନରୁ ମେଣ୍ଟ ୪୯ଟିରେ ବାଜିମାତ କରିଛି।ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ହଟାଇବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ଶେଷ କରିଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ କରାଯାଇଥିଲା। ୩୭୦ ହଟାଇବା ପରେ ବହୁତ ଦିନ ଧରି ସେଠାରେ ଅସ୍ଥିରତା ଲାଗି ରହିଲା। ଇଣ୍ଟରନେଟ୍‌ ସେବା ମଧ୍ୟ ଦୀର୍ଘଦିନ ଧରି ବ୍ୟାହତ ରହିଥିଲା। ଅନେକ ପ୍ରତିବନ୍ଧ ମଧ୍ୟ ଲାଗୁ ହୋଇଥିଲା। ତେବେ ସ୍ଥିତି ସାମନ୍ୟ ହେବା ପରେ ମୋଦି ସରକାର ସେଠାରେ ଅନେକ ବିକାଶ ଓ ଚାକିରି ଦେବାର ଆଶ୍ୱାସନା ଦେଇଥିଲେ। ହେଲେ ୩୭୦ ହଟିବା ପରେ ଯେଉଁ ଅସୁବିଧା ହୋଇଥିଲା ତା’ର କ୍ଷତିପୂରଣ କରିବାକୁ ସରକାର ଅକ୍ଷମ ହୋଇଥିଲେ। ଅନ୍ୟପଟେ ଫାରୁକ ଅବଦ୍ଦୁଲା ଓ ମେହେବୁବା ମୁଫତିଙ୍କ ପିଡିପି ୩୭୦କୁ କଶ୍ମୀର ଅସ୍ମିତା ସହ ଯୋଡି ଦେଇଥିଲେ। ଏବଂ ଏହି ପଦକ୍ଷେପକୁ କଶ୍ମୀର ବିରୋଧୀ କହିଥିଲେ। ତେବେ କୁହାଯାଉଛି ଯେ, କେବଳ କଶ୍ମୀର ନୁହେଁ ବର୍ତ୍ତମାନ ଜମ୍ମୁର ସିଂହଭାଗ ଲୋକ ୩୭୦ ହଟାଇବା ବିରୋଧରେ ଅଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!