ରେପୋ ରେଟ୍ ଅପରିବର୍ତ୍ତିତ, ବଢ଼ିବନି ହୋମ୍‌ ଲୋନ୍‌ EMI

ନୂଆଦିଲ୍ଲୀ,୯।୧୦: ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନୀତି ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏମ୍‌ପିସି ୫୧ତମ ବୈଠକରେ ଆଲୋଚନା ପରେ ରେପୋ ହାର ୬.୫%ରେ ରଖାଯାଇଥିଲା।ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍। ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରେପୋ ରେଟ୍‌କୁ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରିଭର୍ସ ରେପୋ ରେଟ୍‌କୁ ୩.୩୫% ଓ ବ୍ୟାଙ୍କ ରେଟ୍‌କୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ସ୍ଥିର ରଖାଯାଇଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ % ହେବ ବୋଲି ଆକଳନ କରାଯାଇଛି। ଏହାଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବିନି। ଲୋନ ନେଇ ଇଏମଆଇ ଦେଉଥିଲେ ଏହା ବୃଦ୍ଧି ପାଇବନି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!