ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ; ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବ୍ଲକ ଅଧ୍ୟକ୍ଷା ବିଣା ମାଝୀଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ର ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି |ଆଜିର ଏହି ବୈଠକରେ ମୁଖ୍ୟଅତି ଥିଭାବରେ ଯୋଗଦେଇ ଥିଲେ ଡାବୁଗାଁ ବିଧାୟକ ମନହର ରନ୍ଧାରୀ ।ଏହି ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁପାଳନ, ମତ୍ସ୍ୟ, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ସମନ୍ଵିତ ଶିଶୁ ବିକାଶ, ସାଧାରଣ ବଣ୍ଟନ, ସାମାଜିକ ସୁରକ୍ଷା ଓ ପେନସନ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ପ୍ରଥମେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ପଦ୍ମନାବ ଭଲା ଓ ପିଓ ଏ.ଡି ପ୍ରସାଦ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଶିକ୍ଷା ବିଭାଗରେ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲଚନା ହେଲା ଏହି ବୈଠକରେ ଡାବୁଗାଁ ବିଡ଼ିଓ ଶରତମାଝୀ, ଜିଲ ପରିଷଦ ସଭ୍ୟ ଜିନ୧,ଜନ ୨ ର ଗୁପ୍ତ ବିଷୋୟୀ ଏବଂ ଧନସିଂ ଭତ୍ରା ,ବ୍ଲକ ଉପଧକ୍ଷା ସଦାନନ୍ଦ ନାୟକ, ସିଡିପିଓ, ସହକରି କୃଷି ଅଧିକାରୀ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ , ମୃତ୍ତିକାସଂଗ୍ରକ୍ଷଣ ବିଭାଗର ଅଧିକାରୀ,ଡାବୁଗାଁ ରେଞ୍ଜର, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ ସମେତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଡାବୁଗାଁ ବ୍ଲକର ସମସ୍ତ ସମିତିସଭ୍ୟ, ସରପଞ୍ଚ ମାନେ ଉପସ୍ଥିତ ଥିଲେ |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |