ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୧୭।୧୦:-ବେଆଇନ ଭାବେ ବାଲି ଗଦା କରି ରଖୁଛନ୍ତି ବାଲି ମାଫିଆ ମାନେ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡିଗାଁ ତହସିଲ୍ ଅନ୍ତର୍ଗତ ବେଲପୁଟି ବାଲିଘାଟରେ, ବାଲିଘାଟ ରୁ ବାଲି ଆଣି ଆଦିବାସୀ ଗୁଡ଼ା ପୋଖରୀ ନିକଟରେ ଠୁଳ କରାଯାଇଛି ସହ ସହ ଟିପର ବାଲି । ଏହା ମଧ୍ୟ ବିନା ଟେଣ୍ଡେରରେ ସ୍ଥାନୀୟ ତହସିଲ ପ୍ରଶାସନ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛି। ସୂଚନା ଥାଉ କି କିଛିଦିନ ପୂର୍ବେ କୋସାଗୁମଡା ଅଂଚଳର ଜଣେ ଵାଲି ମାଫିଆ ଦିବାକର ବିଷୟୀ ବାଲେଗାଁ, କୋଟାଗାଁ, ସେମଳା ଓ ଏକରୀ ନଦୀଘାଟ ରୁ ଜେସିବି ମେସିନ ଲଗାଇ ବାହାର ରାଜ୍ୟକୁ ବାଲିଚାରା ଚାଲାଣ କରୁଥିବା ଲୋକେ ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ଖଣିବିଭାଗ ଦାଇତ୍ୱ ରେ ଥିବା କର୍ମଚାରୀ ଆଦିତ୍ୟ ଆଚାର୍ଯ୍ୟ ଆସି କିଛି ପାଇସା ଆଦାୟ କରି ଛାଡ଼ି ଦେଇଥିଲେ।ଦୁଃଖର ବିଷୟ ମେସିନ ଟିପର ଗାଡ଼ି ଗୁଡ଼ିକ ଜବତ କରିବା କଥା କିନ୍ତୁ ବାଲି ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ସବୁ ସାଲାସୁତାର ହେଇଗଲା । କେବଳ ବର୍ଷରେ ଥରେ ଅଧେ ଚଢ଼ଉ କରି ଜରିମାନା ଆଦାୟ କରୁଛନ୍ତି ପ୍ରଶାସନିକ ଅଧିକାରୀ। ଅନ୍ୟ ଦିନରେ ମାଫିଆଙ୍କୁ ବେଧଡ଼କ ବାଲି ଚାଲାଣ ପାଇଁ ସୁଯୋଗ ଦେଉଛନ୍ତି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ବେଲପୁଟି ଅଂଚଳରେ ବିନା ଟେଣ୍ଡରରେ ପ୍ରତିଦିନ ଜେସିବି ଓ ଟିପର ମାଧ୍ୟମରେ ବେଆଇନ ଭାବେ ବାଲି ଉଠାଯାଉଛି। ବାର୍ଷିକ ହାରାହାରି କୋଟିକୋଟି ଟଙ୍କାର ବାଲି ଉଠାଇ ମାଫିଆମାନେ ବେଇଆନ ଭାବେ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ବେଆଇନ ବାଲି ଚାଲାଣ ବଢୁଥିବା ଅଭିଯୋଗ ହେଉଛି ।ଏବିଷୟରେ କୋଡିଗାଁ ତହସିଲଦାଙ୍କୁ ଯୋଗାଯୋଗ କରିବାରୁ ଚେଷ୍ଟା କରାଯାଇତଥିଲା କିନ୍ତୁ ଯୋଗାଯୋଗ ହୋଇ ପାରିନାହିଁ।କୋଡିଗାଁ ଓ କଷାଗୁମୁଡା ଅଂଚଳରେ ହେଉଥିବା ବାଲି ଚରାଚଳନ ରଖିବା ପାଇଁ ମାଇନ୍ସ ବିଭାଗୀୟ ଅଧିକାରୀ ଆଦିତ୍ୟ ଆଚାର୍ଯ୍ୟ ଏଵଂ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ନିହାତି ଅବଶ୍ୟକ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |