ଏୟାର ଇଣ୍ଡିଆ ବିମାନରେ ନଭେମ୍ବର ୧-୧୯ ଯାତ୍ରା ନ କରିବାକୁ ଧମକ

ନୂଆଦିଲ୍ଲୀ,୨୧ା୧୦:ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଆଉ ଏକ ଚେତାବନୀ ଦେଇଛି। ନଭେମ୍ବର ୧-୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି ପନ୍ନୁ। ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି । ନଭେମ୍ବର ୧-୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି ପନ୍ନୁନ ।  ବିମାନରେ ବୋମା ଗୁଜବ ଘଟଣା ବଢି ଚାଲୁଥିବାରୁ ଏହାକୁ ଅତି ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବିଭାଗୀୟ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଡିଜିସିଏ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା । ପରେ ପରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା କରିଥିଲା । କିଛି ଗୁଜବକାରୀଙ୍କ ସମ୍ପର୍କରେ ସୁରାକ ମିଳିଥିଲା । ସେପଟେ ଏ ଘଟଣାକୁ ଦୃଷ୍ଟିରେ ରଖି ବିମାନରେ ସ୍କାଏ ମାର୍ଶାଲଙ୍କ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସାଦା ପୋଷାକରେ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ଥିବା ସ୍କାଏ ମାର୍ଶାଲ ହାଇଜାକ୍ ସମୟରେ ଯାତ୍ରୀଙ୍କୁ ସୁରକ୍ଷା ସହ ଅପହରଣକାରୀଙ୍କୁ ମୁକାବିଲା କରିବେ।ଗତ ବର୍ଷ ମଧ୍ୟ ଏହି ସମୟରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଥିଲା ପନ୍ନୁ। ଶିଖ୍ ହତ୍ୟାକାଣ୍ଡକୁ ୪୦ତମ ବାର୍ଷିକୀ ଅବସରରେ ଏୟାର ଇଣ୍ଡିଆ ବିମାନ ଉରେ ଆକ୍ରମଣ ହୋଇପାରେ ବୋଲି କହିଛି ଆତଙ୍କବାଦୀ ପନ୍ନୁନ । ପନ୍ନୁନ ପାଖରେ କାନାଡା ଓ ଆମେରିକାର ନାଗରିକତ୍ୱ ରହିଛି। ସେ ଶିଖ୍ ଫର୍ ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା। ୨୦୨୦ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ତାକୁ ଆତଙ୍କବାଦୀ ଭାବେ ଘୋଷିତ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!