ଡାବୁଗାଁ ଅଞ୍ଚଳର ଆଦିବାସୀ ଝିଅ ଓସିଏସ ପରୀକ୍ଷାରେ ସଫଳତା

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୧ା୧୦ :- ଓପିଏସସି (ଓଡିଶା ଲୋକସେବା ଆୟୋଗ) ଦ୍ଵାରା ପରିଚାଳିତ ଓସିଏସ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି | ଏଥିରେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଧୀନ ଚାଟିଗୁଡା ଗ୍ରାମର ଆଦିବାସୀ ଝିଅ ପ୍ରିୟଦର୍ଶନୀ ପୂଜାରୀ (୬୨୩) ରିୟାଙ୍କରେ ରହିଛନ୍ତି | ତାଙ୍କର ଏହି ସଫଳତାରେ ଗ୍ରାମର ଗର୍ବ ଅନୁଭବ କରୁଥିବା ବେଳେ ପଞ୍ଚାୟତ ବାସୀ, ବ୍ଲକବାସୀ ଏବଂ ଜିଲ୍ଲାବାସୀ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମେଦନା ପଂଚାୟତ ଅନ୍ତର୍ଗତ ଚାଟିଗୁଡା ଗ୍ରାମର ସୁଦର୍ଶନ ପୂଜାରୀ ଓ ଯଶୋବନ୍ତି ପୂଜାରୀଙ୍କ ସୁକନ୍ୟା । ସେ ୧ମ ରୁ ୫ମ ଶ୍ରେଣୀ ପଯ୍ୟନ୍ତ ଚାଟିଗୁଡା ୟୁ ଜି ୟୁ ପି ସ୍କୁଲରେ ପଢିଥିବା ବେଳେ ୬ମ ରୁ ୮ମ ଖାତିଗୁଡା ଜବାହାର ନବୋଦୟ ବିଦ୍ୟାଳୟ, ୯ମ ଶ୍ରେଣୀ ଝାରଖଣ୍ଡ ରାଜ୍ୟର ଦେଓଘର ଜବାହର ନବୋଦୟ ବିଦ୍ୟାଳୟ, ୧୦ମ ଶ୍ରେଣୀ ଇନ୍ଦ୍ରାବତୀର ଖାତିଗୁଡା ଜବାହାର ନବୋଦୟ ବିଦ୍ୟାଳୟରେ ଶେଷ କରିଥିବା ବେଳେ ଯୁକ୍ତ ୨ କୋରାପୁଟ ନବୋଦୟ ବିଦ୍ୟାଳୟ, ଯୁକ୍ତ ୩ ଭବାନୀପାଟଣା ର ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଭୁବନେଶ୍ୱରର ବାଣୀବିହାର ଉତ୍କଳ ବିଶ୍ଵବିଦ୍ୟାଳୟରେ ଭୂଗୋଳରେ ସ୍ନାତୋକାତ୍ତର ଶେଷ କରିଛନ୍ତି । ସେ ପ୍ରଥମେ ୨୦୧୭ମସିହାରେ ଓସିଏସ ପରୀକ୍ଷା ଦେଇଥିଲେ, ହେଲେ ସେତେବେଳେ ତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଥିଲା । ତଥାପି ସେ ନିରାଶ ନହୋଇ ମନୋବଳକୁ ଦୃଢ କରି କଠିନ ପରିଶ୍ରମ କରିଥିଲେ ଓ ୨୦୨୨ ବର୍ଷ ପୁଣିଥରେ ପରୀକ୍ଷାକୁ ଓହ୍ଲାଇଥିଲେ । ହେଲେ ଚଳିତ ବର୍ଷ ବିଫଳତା ତାଙ୍କ ପରିଶ୍ରମ ପାଖରେ ହାର ମାନିବାକୁ ବାଧ୍ୟ ହୋଇଥିଲା ଓ ସେ ୬୨୩ ରିୟାଙ୍କ ସହ ସଫଳତାକୁ ସ୍ପର୍ଶ କରିବାରେ ସକ୍ଷମ ହୋଇଛନ୍ତି। ପ୍ରିୟଦର୍ଶିନୀଙ୍କ ବାପା ବର୍ତ୍ତମାନ ଝରିଗାଁ ବ୍ଲକ ଇଚ୍ଛାପୂର ପଞ୍ଚାୟତ ଅଧିନ ମୁଣ୍ଡିମାଳ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ଓ ମା ଯଶୋବନ୍ତି ପୂଜାରୀ ଗୃହିଣୀ । ପ୍ରିୟଦର୍ଶିନୀ ଏକ ମଧ୍ୟବିତ୍ତ ପରିବାର ସାଙ୍ଗକୁ ଏକ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ବଢିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବାର ଯେଉଁ ଲାଳସା ରହିଛି ଓ ଉଚ୍ଚ ଶିକ୍ଷା ପ୍ରାପ୍ତି ପାଇଁ ଯେଉଁ ପରିଶ୍ରମ କରୁଛନ୍ତି ତାହା ବର୍ତ୍ତମାନ ସମସ୍ତ ଶିକ୍ଷିତ ଯୁବ ବର୍ଗଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି | ତାଙ୍କର ଏହି ସଫଳତା କେବଳ ତାଙ୍କ ନିଜସ୍ୱ ସଫଳତା ନୁହେଁ ବରଂ ଅଞ୍ଚଳବାସୀଙ୍କ ସଫଳତା ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି | ତାଛଡା ତାଙ୍କର ଏହି ସଫଳତା ପଛରେ ତାଙ୍କ ପିତାମାତା, ଗୁରୁଜନ, ଶିକ୍ଷକ ଶିକ୍ଷୟତ୍ରୀ ତଥା ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ମାନଙ୍କ ମଧ୍ୟ ହାତ ରହିଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!