ଡାବୁଗାଁ ବ୍ଲକର ୧୨ ଟି ଗ୍ରାମ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୨ା୧୦ :-ଡାବୁଗାଁ ବ୍ଲକରେ ଓଡ଼ିଶା ସରକାର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗଙ୍କ ପତ୍ର ସଂଖ୍ୟା.୨୧୫୦ ପ୍ରକାରେ ଲୋକ ଯୋଜନା ଅଭିଯାନ-୨୦୨୪ ପାଳନ ପରିପ୍ରେକ୍ଷିରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସ୍ତରରେ ୨୦୨୫-୨୬ ବର୍ଷ ପାଇଁ ବିକାଶ ଯୋଜନା ପ୍ରସ୍ତୁତ ନିମନ୍ତେ ଡାବୁଗାଁ ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତର ସଦର ମହାକୁମାରେ ୧୧ ଘଣ୍ଟା ସମୟରେ ଲୋକ ଯୋଜନା ଅଭିଯାନ (PPC) ର ପ୍ରଥମ ଗ୍ରାମସଭା ସଭା ଅନୁଷ୍ଠିତ ହେଲା।ଏହି ଗ୍ରାମସଭାରେ ଗ୍ରାମ ପଞ୍ଚାୟତବାସୀ, ସମସ୍ତ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧ୍, ସମସ୍ତ ପଞ୍ଚାୟତ ସ୍ତରୀୟ ବିଭାଗୀୟ କର୍ମଚାରୀ, ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!