ମାଡି ଆସୁଛି ବଡ ବାତ୍ୟା !ପୁରୀ ଛାଡୁଛନ୍ତି ପର୍ଯ୍ୟଟକ

ପୁରୀ,୨୨ା୧୦:ଅବପାତରେ ପରିଣତ ହେଲା ସମ୍ଭାବ୍ୟ ବାତ୍ୟା । ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ତେବେ ଏହି ଅବପାତ ଆସନ୍ତାକାଲି ସୁଦ୍ଧା ବାତ୍ୟା ରୂପ ନେବା ନେଇ ଅନୁମାନ କରାଯାଉଛି । ପାରାଦ୍ବୀପ ଠାରୁ 730 କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଛି । 24 ତାରିଖ ରାତି କିମ୍ବା 25 ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଅତିକ୍ରମ କରିପାରେ । ତେବେ ଏହି ସମୟପେ ପବନର ବେଗ ମଧ୍ୟ 100ରୁ 120 ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ, ଏହା ପୁରୀ ଏବଂ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ।  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏଭଳିସ୍ଥିତିରେ ବୁଳିବାକୁ ଆସିଥିବା ପର୍ଯ୍ୟଟକ ମଙ୍ଗଳବାର ପୁରୀ ଛାଡି ପଳାଉଥିବା ଦେଖିବାକୁ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!