ପୂଜା ଗେଟ୍‌ ଖୋଲିଦିଅ : କାଲି ମାଆ ଗଜଲକ୍ଷ୍ମୀଙ୍କୁ ମେଲାଣି ଦିଅ

କେନ୍ଦ୍ରାପଡ଼ା,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ବାତ୍ୟା ସମୟରେ ହେବାକୁ ଥିବା ଦ୍ରୁତ ପବନକୁ ନଜରରେ ରଖି ଢେଙ୍କାନାଳ ଏବଂ କେନ୍ଦ୍ରାପଡା ଲକ୍ଷ୍ମୀପୂଜା କମିଟି ମାନଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣମାନ ଖୋଲିବାକୁ କୁହାଯାଇଛି। ସେହିପରି କେନ୍ଦ୍ରାପଡ଼ାରେ ୨୩ ତାରିଖ ସୁଦ୍ଧା ବିସର୍ଜନ ସାରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଜିଲା ପ୍ରଶାସନ ଏବଂ ପୂଜା ଅନୁଷ୍ଠାନ ମଧ୍ୟରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଢେଙ୍କାନାଳରେ ଲକ୍ଷ୍ମୀପୂଜା ପାଇଁ ବାହାରୁ ଆସିଥିବା ବ୍ୟବସାୟୀ ମାନଙ୍କୁ ମଧ୍ୟ ନିଜ ଘରକୁ ଫେରିଯିବାକୁ କୁହାଯାଇଛି।ବାତ୍ୟା ଦାନାକୁ ନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ । ଖୋଲିବ ଗଜଲକ୍ଷ୍ମୀ ପୂଜା ପାଇଁ ଲାଗିଥିବା ବଡ ବଡ କପଡା ଗେଟ ଓ ଲାଇଟ୍ ଗେଟ । ହଜାର ହଜାର ସଂଖ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀ ମାନଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଇ ଦିଆଯିବ । ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ ।ବାତ୍ୟା ଦାନାର ସିଧାସଳଖ ପ୍ରଭାବ ଉପକୁଳ ଜିଲ୍ଲା ଗୁଡ଼ିକରେ ପଡିବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜିରୋ କାଜୁଆଲିଟି ଓ ଲୋକଙ୍କ ସୁରକ୍ଷାକୁ ଧ୍ୟାନ ଦିଆ ଯାଉଛି । ଜିଲ୍ଲାର ମୋଟ ଆଠଟି ବାତ୍ୟା ଆଶ୍ରୟସ୍ଥଳୀ ସହ ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ କିଭଳି କଳାବଜାରୀ ନହେବ ସେଥିପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟିମ ଗଠନ କରାଯାଇଛି । ଜିଲ୍ଲାର ୪୩୭ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇ ନିକଟସ୍ଥ ସିଏଚସି ପିଏଚସିରେ ଭର୍ତ୍ତି କରାଇବା ପାଇଁ ଯୋଜନା କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!