୨୩ରୁ ୨୫ ଯାଏଁ ଶିମିଳିପାଳ ବନ୍ଦ

ବାରିପଦା,୨୨ା୧୦:ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ଭାରତୀୟ ପାଣିପାଗ ପୂର୍ବାନୁମାନ ଅନୁସାରେ ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି।  ସମ୍ଭାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି | ଏହି ସମୟରେ କୌଣସି ପର୍ଯ୍ୟଟକ ଆସିପାରିବେ ନାହିଁ ବୋଲି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି | ଉଲ୍ଲେଖ ଥାଉ କି ତିନିମାସ ବନ୍ଦ ରହିବା ପରେ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯାଇଥିଲା | ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା | ଆଉ ଗତ ୧୦ ତାରିଖରୁ ଏହା ଖୋଲାଯାଇଥିଲା  |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!