ଭୁବନେଶ୍ବର,୨୨।୧୦:ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ସ୍ବତନ୍ତ୍ର ବିମାନ ଯେଗେ ଆସି ସେ ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ସହିଦ୍ ମାଧୋସିଂ ହାତଖର୍ଚ୍ଚ ବୃଦ୍ଧି ଯୋଜନା ଶୁଭାରମ୍ଭ କରିବେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଓଡ଼ିଶା ଆସୁଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିସାରିଥିବା ବେଳେ ତୃତୀୟ ଗସ୍ତ ନଭେମ୍ବର ମାସରେ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକାଳରେ ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ସାମିଲ ରହିଛି। କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |