ଭୁବନେଶ୍ୱର,୨୩।୧୦: ବାତ୍ୟା ଦାନା ପାଇଁ ଓଏଏସ୍ ପ୍ରିଲିମ୍ ପରୀକ୍ଷା ସ୍ଥଗିତ ରଖିଲା ଓଡ଼ିଶା ଲୋକସେବା ଆୟୋଗ । ଓଡିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ହେବାକୁ ଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଚଳିତ ମାସ ୨୭ ତାରିଖରେ ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା – ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା – ୨୦୨୩କୁ ସ୍ଥଗିତ ରଖାଯାଇଛି। ଓସିଏସ୍ ପ୍ରିଲିମିନାରୀ ପରୀକ୍ଷା-୨୦୨୩ର ପରବର୍ତ୍ତୀ ତାରିଖ ୭ ଦିନ ପରେ ପ୍ରକାଶ ପାଇବ। ଓଡିଶା ଲୋକ ସେବା ଆୟୋଗ – ଓପିଏସସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ http://opsc.gov.in ୱେବସାଇଟକୁ ଯିବାକୁ ପରାମର୍ଶ ଦିଆଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |