ବାତ୍ୟା ‘ଦାନା’ ପାଇଁ ବିମାନ ସେବା ବନ୍ଦ

ଭୁବନେଶ୍ୱର,୨୪।୧୦: ଭୀଷଣ ବାତ୍ୟାର ରୂପ ନେଇଛି ଦାନା। ଅତି ଭୟଙ୍କର ଭାବେ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳମୁହାଁ ହେଉଛି ଦାନା। ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି।ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ବିମାନ ସେବାକୁ ବନ୍ଦ ରଖାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ୨୪ ଅପରାହ୍ନ ୫ଟାରୁ ୨୫ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ।ତେବେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ବାତ୍ୟା ‘ଦାନା’ । ଏହା ବର୍ତ୍ତମାନ ପାରାଦୀପଠାରୁ ୪୨୦ କିମି ଓ ଧାମରାଠାରୁ ୪୫୦ କିମି ଦୂରରେ ରହିଛି । ଉତ୍ତରପଶ୍ଚିମ ଆଡକୁ ଗତି କରି ବାତ୍ୟା ଆହୁରି ଘନିଭୂତ ହେବ । ଆଜି ସକାଳ ଭୀଷଣ ବାତ୍ୟାର ରୂପ ନେବ ଏହି ଦାନା । ଏହା ଭିତରକନିକା-ଧାମରା ମଧ୍ୟରେ ଅତିକ୍ରମ କରିପାରେ । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ।ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିପାରେ ବୋଲି ପୂର୍ବାନୁମାନ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପବନର ବେଗ ୧୨୦ କିମି ରହିବ ବୋଲି ଆଶା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!