ପାପଡାହାଣ୍ଡି ବ୍ଲକରେ PDF ଚାଉଳ ହେରଫେର ହେଉଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ନେଟୱାର୍କ ସମସ୍ୟା ପାଇଁ ସରକାରୀ PDF ଚାଉଳ ପାଇ ପାରୁନାହାନ୍ତି କଣ୍ଟାମାଲ ପଂଚାୟତ ବାସି। ଏହି ଘଟଣା ବିଷୟରେ ପ୍ରତିକ୍ରିୟା ରଖିଲେ ରଣ୍ଡାଗୁଡା ଗ୍ରାମବାସୀ। ଗ୍ରାମବାସୀ କହିଵା ପ୍ରକାରେ କଣ୍ଟାମାଳପଂଚାୟତ ର ଜାଗାଣ ସହାୟକ ରଣ୍ଡାଗୁଡାରେ ହିତାଧିକାରୀ ମାନଙ୍କୁ ଦେବା ପାଇଁ ଆସିଥିବା PDF ଚାଉଳକୁ ଏକ ଟ୍ରାକ୍ଟର ରେ ନେବା ସମୟରେ ଗ୍ରାମବାସୀ ମିସି ଅଟକାଇ ଥିଲେ।ଗ୍ରାମବାସୀ ପାଖରୁ ମିଳିଥିବା ସୂଚନା ପ୍ରକାରରେ ସରପଞ୍ଚ, ୱାର୍ଡମେମ୍ବର କିମ୍ବା ଗ୍ରାମବାସୀଙ୍କୁ ନ ଜଣାଇ ସେ ଚାଉଳ ନେଉଥିଲେ। ନେଵା ସମୟରେ ଗ୍ରାମବାସୀ ଅଟକାଇ ଗୂଦାମରେ ରଖି ତାଲା ପକାଇଥିଲେ।ଏବିଷୟରେ ପାପଡାହାଣ୍ଡି ବ୍ଲକ ଜଗାଣ ନିରୀକ୍ଷକଙ୍କୁ ଯୋଗାଯୋଗ କରିବାରୁ ନେଟୱାର୍କ ସମସ୍ୟା ପାଇଁ ଅନ୍ୟସ୍ଥାନକୁ ନେଉଥିବେ। ତଥାପି ମୁ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରିବି ବୋଲି କହିଥିଲେ । ଯୋଗାଣ ସହାୟକ ମଧ୍ୟ ଉପରକ୍ତ ଅଧିକାରୀଙ୍କୁ ଜଣାଇ PDF ଚାଉଳ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରୁଥିବା କହିଲେ। ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ। ଖାଲି ଏତିକି ନାହିଁ ଯେଉଁ ସଂସ୍ଥା PDf ଚାଉଳ ଜଗାଉଛି ତାହା ମଧ୍ୟ ନିମ୍ନମାନର ବୋଲି ଜଣାପଡିଛି। ଜିଲ୍ଲା ପ୍ରଶାସନ ଏଦିଗାରେ ଦୃଷ୍ଟି ଦେଇ ଏହାର ସମାଧାନ କରିଲେ ନିରୀହ ଜନତା ଭଲ ଚାଉଳ ପାଇ ପାରିବେଏହା ଖାଲି ପାପଡାହାଣ୍ଡି ବ୍ଲକ ର ସମସ୍ୟା ନାହିଁ ଏଭଳି ଡାବୁଗାଁ ବ୍ଲକ ରେ ମଧ୍ୟ ଯେଉଁ ଡିଲେର ଚାଉଳ ସପ୍ଲାଇ କରୁଛି ତାହାମଧ୍ୟ ଅଧିକାଂଶ ପେକେଟ ରେ ଖରାପ ଏଵଂ ପକଡା ଚାଉଳ ଥିବା ସୂଚନା ମିଳୁଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!