ନବରଙ୍ଗପୁର(ମିହିର ଶଙ୍କର ପାତ୍ର):-ଡାବୁଗାଁ ବ୍ଳକ ସୌଜନ୍ୟ-ସମଗ୍ର ଶିକ୍ଷା ତଥା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଡାବୁଗାଁ ଦ୍ଵାରା ଓଡିଶା ଆଦର୍ଶ ବିଦ୍ୟାଳୟ, ଡଙ୍ଗରିଗୁଡ଼ା ପରିସରରେ ଆଜି ଗୋଷ୍ଠୀ ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିଶୁ କନ୍ୟା ମାନଙ୍କ ଭିତରେ ବରିଷ୍ଠ ବିଭାଗ(୯ମ ଓ ୧୦ମ)ଓ କନିଷ୍ଠ ବିଭାଗ( ୬,୭,୮ମ ଶ୍ରେଣୀ)ଦ୍ଵାରା ସଙ୍ଗୀତ, ବକ୍ତୃତା, ପ୍ରବନ୍ଧ, ନୃତ୍ୟ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରୀ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଥିବା ୧୬ ଜଣ ଛାତ୍ରୀ ଙ୍କୁ ମଞ୍ଚ ରେ ଉପସ୍ଥିତ ଅତିଥି ମାନଙ୍କ ଠାରୁ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭଗବାନ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ,ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଓ ଗଣିତ ଶିକ୍ଷୟତ୍ରୀ ପାରସ୍ମିତା ପାତ୍ର,ଅଙ୍ଗନବାଡି ସୁପର ଭାଇଜର ପ୍ରଣମିତା ପଟ୍ଟନାୟକ ଓ ସାଇରା ବାନୁ, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମନ୍ତ କୁମାର ପଣ୍ଡା ଓ ଗୀତାଞ୍ଜଳୀ ବସ୍ତିଆ ପ୍ରମୂଖ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିବା ବେଳେ ଶିକ୍ଷକ ଶରତ ଚନ୍ଦ୍ର ମହାରଣା, ହେମନ୍ତ କୁମାର ପଣ୍ଡା,ବଲ୍ଳଭ ପଣ୍ଡା,ଓଡିଶା ଆଦର୍ଶ ବିଦ୍ୟାଳୟର ଆର୍ଟ ଶିକ୍ଷକ ଦିଗାମ୍ବର ବେହେରା, ଶିକ୍ଷୟତ୍ରୀ ମୋନାଲିସା ଜେନା, ଚିନ୍ମୟୀ ପଟ୍ଟନାୟକ, ବିଷ୍ନୁ ପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ ମହୋଦୟ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |