ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ

ଭୁବନେଶ୍ୱର,୨୬।୧୦:ଭୁବନେଶ୍ୱର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବିମାନ ବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ଥିବା ସୂଚନା ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ବିମାନବନ୍ଦର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଖେଳି ଯାଇଛି।ଡମ୍ପିୟାର୍ଡ କର୍ମଚାରୀମାନେ କଲରାପତରିଆ ଦେଖିଥିବା କହିଛନ୍ତି । ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛି ବନବିଭାଗ ।ଏନେଇ ସେମାନେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବାଘ ବୋଲି କୁହାଯାଉଥିବା ଜନ୍ତୁଟିକୁ ଠାବ କରିବାକୁ ଉଦ୍ୟମ ଚଳାଇଛି ବନ ବିଭାଗ।ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା କୁହାଯାଉଛି। ଯଦିଓ ବାଘ ନା ଅନ୍ୟ କେଉଁ ଜନ୍ତୁ ତାହା ଏଯାଏ ସ୍ପଷ୍ଟ ହୋଇନି, ତେବେବି ଗଛ ଉପରେ ବସିଥିବାରୁ ଏହାକୁ କଲରାପତରିଆ ବାଘ ବୋଲି ସନ୍ଦେହ କରାଯାଉଛି। ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୋଲିସ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ। ଜନ୍ତୁଟିକୁ ଧରିବାକୁ କୁକୁଡା ଥୋପ ବି ଦେଇଛି ବନବିଭାଗ।ସେହିପରି ଯନ୍ତା, ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ୍ୟ ଉପକରଣ ସହ ସଜାଗ ରହିଛି ଟିମ୍।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!