ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ

କଟକ,୨୬।୧୦:  ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରା ପ୍ରସ୍ତୁତି ପାଇଁ ଆରମ୍ଭ  । ନଭେମ୍ବର 15 ରୁ 22 ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ। ବାତ୍ୟା ପାଇଁ ବନ୍ଦ ରହିଥିବା ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଯଦି ବାଲିଯାତ୍ରା ସମୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳେ ତେବେ ସେନେଇ ବ୍ୟବସାୟୀଙ୍କୁ ଅବଗତ କରାଯିବ। ତେବେ ବାଲିଯାତ୍ରାକୁ  କିପରି ସରସ ସୁନ୍ଦର କରାଯିବ ସେନେଇ ସମସ୍ତ ଯୋଜନା ଏକ ପ୍ରକାର ଶେଷ ହୋଇଛି । ନଭେମ୍ବର 10 ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ତେବେ ଆଜି ଓ ଆସନ୍ତାକାଲି ଖୋଲା ରହିବ ବାଲିଯାତ୍ରା ପ୍ଲଟ ପଞ୍ଜିକରଣ । ସୂଚନା ଯୋଗ୍ୟ ଶୁକ୍ରବାର ସୁଦ୍ଧା ବାଲିଯାତ୍ରାରେ ମୋଟ ୧୧୮୦ ପ୍ଲଟ ମଧ୍ୟରୁ ଆଜି ସୁଦ୍ଧା ୯୦୮ ପ୍ଲଟ ପଞ୍ଜିକରଣ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!