ବାତ୍ୟା ସମୟରେ ଲୋକଙ୍କୁ କଟୁ କଥା କହି ୪ ନିଲମ୍ବିତ

ଭୁବନେଶ୍ବର,୨୬।୧୦: ବାତ୍ୟା ସମୟରେ କଡା କାର୍ଯ୍ୟାନୁଷ୍ଠାନ । ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ସଦୃଶ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟାଇଛି । ଅନେର ଅଞ୍ଚଳରେ ଫ୍ଲାସଫ୍ଲଡ୍ ମଧ୍ୟ ଦେଖାଯାଇଛି । ତେବେ ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହିଥିବାରୁ 4 ଜଣଙ୍କୁ ନିଲମ୍ବିତ କରାଯାଇଛି । 3ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏମାନଙ୍କ ନାଁରେ ବାତ୍ୟା ସମୟରେ କଟୁକଥା କହୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସେମାନଙ୍କୁ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ୩ ପିଇଓ ଓ ଜଣେ ଆରଆଇ ଅଛନ୍ତି |ଏଥିସହ ଆଉ କିଛି ଅଧିକାରୀଙ୍କ ବିରୋଧରେ ବି ସମାନ ଅଭିଯୋଗ ଆସିଛି। ଯାଞ୍ଚ ପରେ ଏହା ସତ ବୋଲି ପ୍ରମାଣିତ ହେଲେ ତୁରନ୍ତ ସେମାନଙ୍କ ବିରୋଧରେ ବି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।ବିପର୍ଯ୍ୟୟ ସମୟରେ ଯେଉଁମାନେ ବିପନ୍ନଙ୍କୁ ଅପମାନିତ କରିଛନ୍ତି, କଟୁ କଥା କହିଛନ୍ତି କାହାକୁ ଛଡ଼ାଯିବନି। ଏଥିସହ ଯେଉଁ ଅଧିକାରୀମାନେ ବିପନ୍ନଙ୍କ ରକ୍ଷା କର୍ତ୍ତା ସାଜିବା ସହ ନିଜ ଦାୟିତ୍ୱ ସୁଚାରୂ ରୂପେ ତୁଲାଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୂଜାରୀ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!