ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି। କିଛି ଲୋକ ମାସେ ପୂର୍ବରୁ ଟିକେଟ୍ ବୁକିଂ କରିଥିଲେ, ଆଉ କେତେକ ବିନା ଟିକେଟ୍ରେ ମଧ୍ୟ ଘରକୁ ଯିବା ପାଇଁ ଟ୍ରେନ୍ରେ ଚଢ଼ିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ରବିବାର ମହାରାଷ୍ଟ୍ରର ମୁମ୍ବାଇ ବାନ୍ଦ୍ରା ରେଳ ଷ୍ଟେଶନରେ ଦଳଚକଟା ହୋଇଛି। ଆହତ ୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୧ନଂ ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିବା ଜଣାପଡିଛି । ବାନ୍ଦ୍ରା-ଗୋରଖପୁର ଟ୍ରେନକୁ ଅପେକ୍ଷା ବେଳେ ଏହି ଦଳାଚକଟା ହୋଇଥିବା ସୂଚନା । ଭିଡ ଏତେ ଥିଲା ଯେ ପୋଲିସ ମଧ୍ୟ ଭିଡକୁ ନିୟନ୍ତ୍ରଣ କରି ପାରିନଥିଲା । ଘଟଣା ଭୋର ୨ଘଣ୍ଟା ୫ ମିନଟ ସମୟରେ ଘଟିଥିଲା । ବନ୍ଦ୍ରା-ଗୋରଖପୁର ଏକ୍ସପ୍ରେସ (ଟ୍ରେନ ନମ୍ବର-୨୨୯୨୧) ମୁମ୍ବାଇ ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଲୋକମାନେ ଏଥିରେ ଚଢିବା ପାଇଁ ଭିଡ ଜମାଇଥିଲେ । ଫଳରେ ଦଳାଚକଡା ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |