ଭୁବନେଶ୍ୱର,୨୭ା୧୦: ଆସନ୍ତା ୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଭିଡିଓ କନଫରେନସିଂ ମାଧ୍ୟମରେ ଯୋଡି ହୋଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ନିକଟରେ ସରକାର ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଆୟୁଷ୍ମାନ ଭାରତରେ ସାମିଲ୍ କରିଛନ୍ତି। ଆୟୁର୍ବେଦିକ ଚିକିତ୍ସା ପ୍ରତି ଗୁରୁତ୍ୱ ଦିଆଯାଉଛି । ଆସନ୍ତା ୨୯ ତାରିଖରେ ଆୟୁର୍ବେଦିକ ଦିବସ ପାଳନ କରିବା ସହ ଏହି ଦିନ ଓଡ଼ିଶାକୁ ମିଳିବ ଆଉ ଏକ ଉପହାର । ୨୯ ତାରିଖରେ ଏକ ନୂଆ ଆୟୁର୍ବେଦିକ ହସ୍ପିଟାଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ୨୯ ତାରିଖରେ ନୂଆ ଆୟୁର୍ବେଦ ଓ ନେଚରପାଥି ହସ୍ପିଟାଲ ଉଦଘାଟନ କରାଯିବ । ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆୟୁର୍ବେଦ ଓ ନେଚରପାଥିର ଏକ ବଡ଼ ହସ୍ପିଟାଲ ଉଦଘାଟନ କରାଯିବ ବୋଲି ସୂଚନା ଦିଆଯାଇଛି । ଆୟୁର୍ବେଦିକ ଦିବସରେ ସାରା ଓଡ଼ିଶାବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସରକାର । ୨୧ ଏକର ଜାଗା ଉପରେ ଏହି ହସ୍ପିଟାଲ ନିର୍ମାଣ କରାଯିବ । ସେହିପରି ଗୋଠପାଟଣାରେ ସେଣ୍ଟ୍ରାଲ ରକ୍ସ ଟେଷ୍ଟିଂ ୟୁନିଟ ନିର୍ମାଣ କରାଯିବ । ବରଗଡ଼ରେ କ୍ରିଟିକାଲ ହେଲ୍ଥ କେୟାର ୟୁନିଟ ଉଦଘାଟନ କରାଯିବ । ଭିସି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |