ପୁରୀ,୨୭।୧୦: ଆସନ୍ତା ୧ ତାରିଖରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ । ନୂଆ ଟେଣ୍ଡର ନେଇଥିବା କମ୍ପାନୀ ବିରୋଧରେ ମହାସଂଘ ଏହାର ଅସନ୍ତୋଷ ବ୍ୟକ୍ତ କରିଛି । କମ୍ପାନୀ ମନମାନୀ କରୁଥିବା ଅଭିଯୋଗରେ ଅନ୍ଦୋଳନ ଡାକରା ଦେଇଛି ମହାସଂଘ ।ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ନଭେମ୍ବର ୧ରୁ କାର୍ଯ୍ୟବନ୍ଦ କରିବାକୁ ମହାସଂଘ ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି।ଏପରିକି ମହାସଂଘ ପକ୍ଷରୁ ୩୦ ତାରିଖରେ ଜିପିଏସ୍ ବନ୍ଦ କରି ଡ୍ୟୁଟି କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୧ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କରି ବଡ଼ ଧରଣର ଆନ୍ଦୋଳନ କରିବାକୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ କମ୍ପାନୀ ମନମାନୀ କାମ କରୁଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି। କର୍ମଚାରୀଙ୍କୁ ୧୨ ଘଣ୍ଟା ଡ୍ୟୁଟି କରାଯାଉଥିବା ବେଳେ ୮ ଘଣ୍ଟାର ଦରମା ଦିଆଯାଉଛି। କର୍ମଚାରୀଙ୍କ ବୀମାରେ ମଧ୍ୟ ଅସ୍ପଷ୍ଟତା ଥିବା ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |