ଅମାନିଆଙ୍କୁ ସାବାଡ ପାଇଁ କମିଶନରେଟ ପୁଲିସର ନୂଆ ଯୋଜନା

ଭୁବନେଶ୍ଵର, ୨୭ା୧୦:ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ଆରମ୍ଭ କରିଛି। ଥାନା ରିସେପସନରେ ଥିବା ପୁଲିସ ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଅମାନିଆଙ୍କୁ ସାବାଡ ପାଇଁ କମିଶନରେଟ ପୁଲିସର ନୂଆ ଯୋଜନା। ଥାନାରେ ଆସି ଉତ୍ପାତ୍ତ ହେଉଥିବା ଅମାନିଆଙ୍କ ଭିଡିଓ ଓ ଅଡିଓ ରେକର୍ଡ ହେବ। ଏଥିପାଇଁ କମିଶନରେଟ ପୁଲିସର ବିଭିନ୍ନ ଥାନାରେ ପ୍ରସ୍ତୁତି ଆରମ୍ଭ ହୋଇଛି।ତେବେ ଭରତପୁର ଥାନା ଘଟଣା ଘଟିବା ପରେ ଏଭଳି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ ପୁଲିସ୍ । ତାହା ପୂର୍ବରୁ ମଧ୍ୟ ଥାନାରେ ବିଭିନ୍ନ ଘଟଣା ଘଟିଥିବା ବେଳେ ସେଠାରେ କିଏ ସତ କହୁଛି? ଦୋଷୀ କିଏ? ପୁଲିସର ଭୁଲ୍ ନା ଏତଲାକାରୀଙ୍କର? ଏନେଇ ଅନେକ ଥର ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ଏହି ବଡି କ୍ୟାମେରା ଦ୍ବାରା ରେକର୍ଡ ହେବ । ଏଥିରେ କେବଳ ଏତଲାକାରୀଙ୍କ ବୟାନ କି କାର୍ଯ୍ୟକଳାପ ରେକର୍ଡ ହେବ ତାହା ନୁହେଁ, ପୁଲିସର ମଧ୍ୟ ବ୍ୟବହାର ରେକର୍ଡ ହେବ । କ୍ୟାମେରାରେ ରେକର୍ଡ ହେଉଥିବା ସବୁ ଦୃଶ୍ୟ ସିଧାସଳଖ ସିପି ଓ ଡିସିପି ଦେଖିପାରିବେ । କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ବଡି କ୍ୟାମେରାରେ ଥିବା ପାନିକ ବଟନକୁ ଦବାଇଲେ ଏହା ରେକର୍ଡ ଆରମ୍ଭ ହେବା ସହିତ ସେହି ସମୟର ଦୃଶ୍ୟ ସିଧା କମିଶନରେଟ ପୁଲିସ୍ ପାଖରେ ପହଞ୍ଚିଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!