ଆଜି ବାତ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧୦:ଆଜି ବାତ୍ୟାଞ୍ଚଳ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ବାତ୍ୟା ଦାନାର ସଫଳ ମୁକାବିଲା ପରେ ଏବେ ବନ୍ୟାସ୍ଥିତିର ମୁକାବିଲା କରିବେ  ରାଜ୍ୟ ସରକାର। ଆଜି ପ୍ରଭାବିତ ଅଞ୍ଚଳର ଏରିଏଲ୍ ସର୍ଭେ କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ଏଥିସହ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିବା କେନ୍ଦ୍ରପଡ଼ା ଜିଲ୍ଲା ହାବେଳୀଖଟିର ବି ସ୍ଥିତି ପରଖିବେ। ଏହାପରେ ମୁଖ୍ୟମନ୍ତ୍ରୀ SRC କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ ବୋଲି ଜଣାଯାଇଛି।ଆଜି ମଧ୍ୟାହ୍ନ ୧୨ଟା ସମୟରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପ୍ରଥମେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଏରିଅଲ ସର୍ଭେ କରିବେ। ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ବି ଉପସ୍ଥିତ ରହିବେ।ବାତ୍ୟା ‘ଦାନା’ ପରେ ପ୍ରବଳ ବର୍ଷା ହେତୁ ବୁଢ଼ାବଳଙ୍ଗ ନଦୀ ଉଛୁଳି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଏପରିକି ବହୁ ଗାଁରେ ପାଣି ପଶିଯିବା ସହ ଶହ ଶହ ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି।ଏହାପରେ ମୁଖ୍ୟମନ୍ତ୍ରୀ ବାତ୍ୟା ଲ୍ୟାଣ୍ଡଫଲ୍‌ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ହାବେଳୀଖଟିର ସ୍ଥିତିକୁ ଆକାଶମାର୍ଗରୁ ଅନୁଧ୍ୟାନ କରିବେ। ଏଥିସହ ସେଠାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ବି ସବିଶେଷ ତଥ୍ୟ ସଂଗ୍ରହ କରିବେ। ସେଠାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ SRC କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ଯୋଗ ଦେବେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!