ଖୁବ୍‌ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୧୦: ସରକାରଙ୍କ ‘ସୁଭଦ୍ରା’ ଯୋଜନାର କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍‌ଶୀଘ୍ର ସୁଭଦ୍ରା ଟଙ୍କା ମିଳିବ|ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ସୂଚନା । ମନ୍ତ୍ରୀ କହିଛନ୍ତି, ଶୀଘ୍ର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ବାକି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ । ମନ୍ତ୍ରୀଙ୍କ ବୟାନରୁ ଜଣାଯାଉଛି କି, ଦୀପବଳି ଭେଟି ଭାବେ ତୃତୀୟ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ ।ତେବେ ସୁଭଦ୍ରା ଯୋଜନା ପାଇଁ ବର୍ତ୍ତମାନ ଯାଏ ୧ କୋଟିରୁ ଅଧିକ ମହିଳା ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଲକ୍ଷ ମହିଳାଙ୍କୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ହଜାର ଲେଖା ଟଙ୍କା ଦିଆ ସରିଲାଣି । ବାକି ରହିଥିବା ୪୦ ଲକ୍ଷଙ୍କ ଖାତାକୁ ଖୁବ ଶୀଘ୍ର ଟଙ୍କା ଆସିବା ଆଜି ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!