ମେଘନାଦ ପାଚେରୀରେ ଫାଟ

ପୁରୀ,୩ା୧୧: ମେଘନାଦ ପାଚେରୀରେ ଫାଟ ।  ଏହାକୁ ଗୁରୁତ୍ୱର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଶ୍ରମିକମାନେ ମେଘନାଦ ପାଚେରୀରୁ ଶିଉଳି ଛଡ଼ାଉଛନ୍ତି । ମେଘନାଦ ପାଚେରୀରେ ପାଣି ଝରୁ ଥିବାରୁ ଏହା ପ୍ରତି ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି । ଏସମ୍ପର୍କିତ ଖବର ପ୍ରସାରଣ ପରେ ଶିଉଳି ଛଡ଼ା କାମ ଆରମ୍ଭ ହୋଇଛି ।50ରୁ 60 ଫୁଟ ଏସାରରେ ପ୍ରାୟ ଏକାଧିକ ସ୍ଥାନରେ ଫାଟ ଦେଖାଯାଇଛି । ତେବେ ଏହି ଫଟା ସ୍ଥାନରୁ ଅନର୍ଗଳ ପାଣି ଗଳୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏସବୁ ଫାଟରୁ ପାଣି ଗଳୁ ଥିବା ନଜରକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ଆନନ୍ଦବଜାରର ହାତ ଧୁଆ ପାଣି ମେଘନାଦ ପାଚେରୀର ଏହି ଫାଟ ଦେଇ ବାହାକୁ ବାହାରୁଛି । ଦୀର୍ଘ ଦିନରୁ ଏସବୁ ପାଣି ଗଳି ବାହାରକୁ ପଡ଼ୁଛି ।ଫଳରେ ପାଚେରୀ ଉପରେ ଶିଉଳି ବି ମାଡ଼ି ଗଲାଣି । ମେଘନାଦ ପାଚେରୀରେ ଫାଟ ତୁରନ୍ତ ମରାମତି କରାଯିବ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!